କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ: ଉଦଘାଟନ କଲେ DD ମେଡିକାଲ କଲେଜ୍ ଏବଂ ଡାକ୍ତରଖାନା
ଆଜି କେନ୍ଦୁଝର ଜିଲ୍ଲାବାସୀଙ୍କୁ ୪ ହାଜର ୭୦୩ କୋଟି ଟଙ୍କାର ପ୍ରକଳ୍ପର ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏହି DD ମେଡିକାଲ୍ କଲେଜ ଏବଂ ଡାକ୍ତରଖାନା ।

କେନ୍ଦୁଝର:ଉତ୍ତମ ଚିକିତ୍ସା ପାଇଁ ଆଉ କଟକ କିମ୍ବା ଭୁବନେଶ୍ୱର ଯିବା ପାଇଁ ପଡିବ ନାହିଁ କେନ୍ଦୁଝରବାସୀଙ୍କୁ । ଆଜି ଧରଣୀଧର ସରକାରୀ ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ ଏକ ଗୁଣାତ୍ମକ ଚିକିତ୍ସା ଯୋଗାଇବା ସହ ସୃଷ୍ଟି ହେବ ନିଯୁକ୍ତି ।
ଆଜି କେନ୍ଦୁଝର ଜିଲ୍ଲାବାସୀଙ୍କୁ ୪ ହାଜର ୭୦୩ କୋଟି ଟଙ୍କାର ପ୍ରକଳ୍ପର ଭେଟିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୮୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏହି DD ମେଡିକାଲ୍ କଲେଜ ଏବଂ ଡାକ୍ତରଖାନା । ଯେଉଁଥିରେ ପ୍ରଥମ ବର୍ଷ ଅର୍ଥାତ୍ ୨୦୨୨-୨୩ ପାଇଁ ୧୦୦ ଏମବିବିଏସ୍ ସିଟରେ ନାମଲେଖା ଯାଇଛି । ଏହି ହସ୍ପିଟାଲରେ ୫ ଶହ ବେଡ୍ ରହିଛି । ଖୁବ ଶୀଘ୍ର କ୍ୟାନ୍ସର ରୋଗର ଚିକିତ୍ସା ସୁବିଧା ମଧ୍ୟ ଉପଲବଧ ହେବ ।
୧୦୧୬ରେ DD ମହାବିଦ୍ୟାଳୟ ଏବଂ ଡାକ୍ତଖାନାର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଖୁବ ଶୀଘ୍ର ଡାକ୍ତରଖାନାର ସମସ୍ତ ବିଭାଗ କାର୍ଯ୍ୟକ୍ଷମ ହେବ ଏବଂ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାବାସୀ ଉନ୍ନତମାନର ଚିକିତ୍ସା ପାଇବାର ସୁଯୋଗ ପାଇବେ । ଉଦଘାଟନୀ ସମାରେହରେ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ୧୦୦ ଛାତ୍ରଛାତ୍ରୀଙ୍କ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମେଡିକାଲ କଲେଜ ଉଦଘାଟନ କରିବା ସହ ୪ ହଜାର ୭୦୩ କୋଟି ୨୪ ଲକ୍ଷ ଟଙ୍କାର ୨୫୪ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୪ ହଜାର ୩୭୨ଟି ଏସଏଚଜିକୁ ବିନା ସୁଧରେ ୩୭୮ କୋଟି ଟଙ୍କାର ଋଣ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications