FIFA World Cup 2026: ବଞ୍ଚିଗଲା ବ୍ରାଜିଲ...ବିଶ୍ୱକପରେ ହେଭିୱେଟ୍ ଟିମ୍‌ର ବିପର୍ଯ୍ୟୟ, ନେଦରଲାଣ୍ଡସ-ଜର୍ମାନୀର ଗେମ୍ ଓଭର

୨୦୨୬ ଫିଫା ବିଶ୍ୱକପ୍ ପୂର୍ବରୁ ସବୁଠାରୁ ବଡ଼ ପ୍ରଶ୍ନ ଥିଲା କି ୪୮ ଦଳର ଏହି ଟୁର୍ଣ୍ଣାମେଣ୍ଟ ଏହାର ଗୁଣବତ୍ତା ବଜାୟ ରଖିବ କି ? ଅଧିକ ଦଳ ଯୋଡିବା ଦ୍ୱାରା ଛୋଟ ଦେଶମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ପ୍ରମୁଖ ଦଳଗୁଡ଼ିକ ପାଇଁ ପଥ ସହଜ ହେବ ବୋଲି ସମାଲୋଚକ ଦାବି କରିଥିଲେ । କିନ୍ତୁ ପ୍ରାରମ୍ଭିକ ନକଆଉଟ୍ ପର୍ଯ୍ୟାୟ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଦେଇଛି । ଏଥର ବିଶ୍ୱକପ ନିଶ୍ଚିତ ଭାବେ ବଡ଼ ହୋଇଛି । କେବଳ ବଡ଼ ନାମ ଥିବା ଟିମ୍ ସୁରକ୍ଷିତ ନାହାନ୍ତି । ହେଭିୱେଟ୍ ଟିମର ବି ପତନ ହୋଇଛି । ବ୍ରାଜିତ୍ ବଞ୍ଚିଯାଇଛି କିନ୍ତୁ ଜର୍ମାନୀ ଏବଂ ନେଦରଲାଣ୍ଡସ ବାଦ ପଡିଛନ୍ତି । ଚଳିତ ବିଶ୍ୱକପ୍‌ରେ ରାଉଣ୍ଡ-୩୨ରେ ଆଜି ୩ଟି ମ୍ୟାଚ ଖେଳାଯାଇଛି । ଭାରତୀୟ ସମୟ ଅନୁଯାୟୀ, ସକାଳ ୬.୩୦ ମିନିଟ୍‌ରେ ନେଦରଲାଣ୍ଡ୍‌ସ ବନାମ ମରକ୍କୋ ମଧ୍ୟ ମ୍ୟାଚ୍ ଖେଳାଯାଇଥିଲା । ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ ଘଟିଛି । ନେଦରଲାଣ୍ଡସକୁ ବିଦା କରିଛି ମରକ୍କୋ । ୩ ଥରର ଫାନାଲିଷ୍ଟ ନେଦରଲାଣ୍ଡ୍ସକୁ ଶକ୍ତ ଝଟକା ଲାଗିଛି । ପେନାଲ୍ଟି ସୁଟଆଉଟରେ ୨-୩ରେ ମରକ୍କୋଠୁ ହାରିଛି ନେଦରଲାଣ୍ଡ୍ସ । ରାଉଣ୍ଡ ଅଫ୍ ୧୬ରେ ପ୍ରବେଶ କରିଛି ବିପର୍ଯ୍ୟୟ ସୃଷ୍ଟିକାରୀ ମରକ୍କୋ । ନିର୍ଦ୍ଧାରିତ ସମୟରେ ମ୍ୟାଚ୍ ୧-୧ରେ ଅମୀମାଂସିତ ରହିଥିଲା । ସେପଟେ କିଛି ସମୟ ପୂର୍ବରୁ ଖେଳାଯାଇଥିବା ଏକ ମ୍ୟାଚରେ ଜର୍ମାନୀକୁ ପେନାଲ୍ଟି ସୁଟଆଉଟ୍ ୪-୩ରେ ହରାଇଛି ପାରାଗୁଏ । ପେନାଲ୍ଟିରେ ଅପରାଜେୟ ଭାବେ ଜଣାଶୁଣା ଜର୍ମାନୀ ପେନାଲ୍ଟି ସୁଟ୍‌ଆଉଟ୍‌ରେ ହାରିଗଲା । ପାରାଗୁଏ ଜର୍ମାନୀକୁ ହରାଇ ବିଶ୍ୱକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ।

FIFA World Cup 2026

ବଞ୍ଚିଗଲା ବ୍ରାଜିଲ- ଚଳିତ ବିଶ୍ୱକପରେ ବ୍ରାଜିଲ୍ ଓ କାନାଡ଼ା ବିଜୟ ଜାରି ରଖି ପ୍ରି-କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ରାଉଣ୍ଡ-୩୨ର ପ୍ରଥମ ମ୍ୟାଚ୍ରେ କାନାଡ଼ା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଉଭୟ ଦଳ ପ୍ରଥମ କରି ବିଶ୍ୱକପ ନକ୍ ଆଉଟ୍ ରାଉଣ୍ଡରେ ପ୍ରବେଶ କରିଥିଲେ । ଦ୍ୱିତୀୟ ମ୍ୟାଚରେ ବ୍ରାଜିଲ୍ ୨-୧ ଗୋଲ୍‌ରେ ଜାପାନକୁ ହରାଇଥିଲା । ପ୍ରଥମାର୍ଦ୍ଧରେ ଜାପାନ ଅଗ୍ରଣୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ବ୍ରାଜିଲ୍ ୨ଟି ଗୋଲ୍ କରି ବିଜୟୀ ହୋଇଥିଲା । ମ୍ୟାଚଟି ସଂଘର୍ଷପୂର୍ଣ୍ଣ ରହିବା ନିଶ୍ଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+