'କୋଭିଡ଼ ମୁକାବିଲାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା' : 60 ଲକ୍ଷ ଅତିକ୍ରମ କଲା ନମୁନା ପରୀକ୍ଷା

ରାଜ୍ୟରେ ନମୁନା ପରୀକ୍ଷା 60 ଲକ୍ଷ ଅତିକ୍ରମ କରିଛି ।

ଭୁବନେଶ୍ୱର : କରୋନା ମୁକାବିଲାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି । ରାଜ୍ୟରେ ନମୁନା ପରୀକ୍ଷା 60 ଲକ୍ଷ ଅତିକ୍ରମ କରିଛି । ଏନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟବାସୀଙ୍କ ଭିତରେ ଥିବା ସ୍ପୃହା, ଅନୁଶାସନ ଓ ନିଷ୍ଠା ପାଇଁ ଏହି ଉଦାହରଣ ସୃଷ୍ଟି କରିବା ସମ୍ଭବ ହୋଇଛି ।

କରୋନା ମିଟର
ରାଜ୍ୟରେ 4.5 ମାସରେ ପ୍ରଥମ ଥର ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ 5 ହଜାର ତଳକୁ ଖସିଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ ଦର୍ଶାଇଛନ୍ତି । ଏନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଠାରେ ସୂଚନାଥାଉକି, ବିଗତ ଦିନ ମାନଙ୍କରେ ରାଜ୍ୟରେ ସଂକ୍ରମଣ ହାର ଓ ମୃତ୍ୟୁ ହାର କମିବାରେ ଲାଗିଛି । ସେହିପରି ସୁସ୍ଥ ହାର ମଧ୍ୟ ବଢୁଛି । ଆଜି ରାଜ୍ୟରେ 434 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 5 ଜଣଙ୍କର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+