Get Updates
Get notified of breaking news, exclusive insights, and must-see stories!

ଡାକ୍ତର ବଳକା ରାଜ୍ୟ ହେବ ଓଡ଼ିଶା, 1205 ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Naveen patnaik

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆହୁରି ମଜବୁତ କରିବା ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ରାଜ୍ୟ ସରକାର । ଏ ନେଇ 1205 ଜଣ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ନବ ନିଯୁକ୍ତ ଜୁନିୟର ଡାକ୍ତରଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ନିଜକୁ ସାମିଲ କରିଥିବାରୁ ସମସ୍ତଙ୍କୁ ସ୍ୱାଗତ କରି ଏହା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜଭୁତ କରିବ ଏବଂ ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆପଣମାନଙ୍କ ଦାୟିତ୍ୱ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଏମବିବିଏସ ପଦବୀ ପୂରଣ ହେବ । ଆଗାମୀ ବର୍ଷରୁ ଓଡ଼ିଶା ବଳକା ଡାକ୍ତର ରାଜ୍ୟ ଭାବେ ପରିଗଣିତ ହେବ । ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଉଛି । ଏହା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସକ୍ଷମ ହୋଇଛି । ଏଥିପାଇଁ 225 କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ ହେଉଛି । ବାହାନଗାରେ ଟ୍ରେନ ଦୁର୍ଘଟଣା ନେଇ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

ଏଥିସହ କ୍ରାଇସିସି ସମୟରେ ଓଡ଼ିଶାର ଯେଉଁ ଡାକ୍ତରମାନେ ସହଯୋଗ କରିଛନ୍ତି ସେମାନଙ୍କୁ ପ୍ରଶଂସା କରିଛନ୍ତି ନବୀନ । ସେମାନଙ୍କ ସଯୋଗ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଲା । ବ୍ଲଡ୍ ଡୋନେସନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସାଇକ୍ଲୋନ ମ୍ୟାନଜେମେଣ୍ଟ ଏକ ଲଙ୍ଗ ମ୍ୟାନେଜମେଣ୍ଟ, କୋଭିଡ ମ୍ୟାନଜେମେଣ୍ଟ ଏକ ମିଡିଲ ମ୍ୟାନେଜମେଣ୍ଟ ପରେ ଏବେ ଏକ ସଡନ କ୍ରାଇସିସିରେ ମଧ୍ୟ ଆମେ ମ୍ୟାନେଜମେଣ୍ଟ କରିବାରେ ସକ୍ଷମ ବୋଲି ନବୀନ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+