ଅବଢା ପେଜରୁ ବାହରିବ ବିଶୁଦ୍ଧ ଜଳ, ଶ୍ରୀମନ୍ଦିରରେ କରାଯାଇଛି ପେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ
ପୁରୀ: ଅବଢାରୁ ବାହାରୁଥିବା ଶହ ଶହ ଲିଟର ପେଜ ଆଉ ନଷ୍ଟ ହେବନି କି ପଚିସଢି ଦୁର୍ଗନ୍ଧ ହେବନି । ଏହାକୁ କାମରେ ଲଗାଯିବ । ପେଜରୁ ବାହାରିବ ବିଶୁଦ୍ଧ ଜଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଏ ନେଇ ସମାଧାନ କରାଯାଇଛି ।

ଶ୍ରୀମନ୍ଦିର ରୋଷଶାଳା ଭିତରୁ ଦୈନିକ ବାହାରୁ ଥିବା ଶହଶହ ଲିଟର ପେଜ ଏକ ବଡ଼ ସମସ୍ୟା ସାଜିଥିଲା । ହେଲେ ଏବେ ପରିକ୍ରମା ପ୍ରକଳ୍ପ ଅଧୀନରେ ଏହି ସମସ୍ୟା ଦୂର ହୋଇପାରିଛି । ଏବେ ପେଜରୁ ବାହାରିବ ବିଶୁଦ୍ଧ ଜଳ । ଏ ନେଇ ଦକ୍ଷିଣ ଦ୍ୱାର ନିକଟରେ ପ୍ରତିଷ୍ଠା କରାଯାଇଛି ପେଜ ଟ୍ରିଟେ୍ମଣ୍ଟ ପ୍ଲାଣ୍ଟ । ରୋଷଶାଳାର ଅବଢ଼ାର ପେଜ ଏହି ପ୍ଲାଣ୍ଟରେ ବିଶୋଧିତ ହେବ । ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ମଧ୍ୟରେ କେତେକ ପ୍ରକ୍ରିୟା ମାଧ୍ୟମରେ ପେଜରୁ ବିଶୁଦ୍ଧ ଜଳ ବାହାର କରାଯିବ ।
ଏହି ଜଳ ବୃକ୍ଷରୋପଣଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହୋଇପାରିବ । ଫଳରେ ପେଜ ଦ୍ୱାରା ପରିବେଶ ଉପରେ ପଡୁଥିବା କୁପ୍ରଭାବ ହ୍ରାସ ପାଇବ । ପାଖାପାଖି 3 କୋଟି ଟଙ୍କା ଏହି ପ୍ଲାଣ୍ଟରେ ଖର୍ଚ୍ଚ ହୋଇଛି । ପ୍ଲାଣ୍ଟର ଟ୍ରାଏଲ ସଫଳ ହୋଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପ୍ଲାଣ୍ଟ ସଂପୂର୍ଣ୍ଣ ରୂପେ କାମରେ ଲାଗିବ । ସମସ୍ତ ମେସିନ ପ୍ରତିଷ୍ଠା ହୋଇସାରିଛି । ପ୍ଲାଣ୍ଟ ଗୃହ ନିର୍ମାଣ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । 17 ତାରିଖ ସୁଦ୍ଧା ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ଓବିସିସି ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀଙ୍କ ସୂଚନା ମୁତାବକ, ଶ୍ରୀମନ୍ଦିର ରୋଷଶାଳାରୁ ଆସୁଥିବା ପେଜ ଭୂତଳ ରାସ୍ତା ଦେଇ ପ୍ଲାଣ୍ଟକୁ ଆସୁଛି । ବିଭିନ୍ନ ପ୍ରକ୍ରିୟାରେ ପେଜ ବିଶୋଧୀକରଣ ହେବ । ଏଥିରୁ ଜଳୀୟ ଅଂଶକୁ ଅଲଗା କରି ସ୍ୱଚ୍ଛ ଜଳ ବାହାର କରାଯିବ । ଅବଶିଷ୍ଟ କଠିନ ପଦାର୍ଥ ବଳକା ରହିଯିବ ।












Click it and Unblock the Notifications