Get Updates
Get notified of breaking news, exclusive insights, and must-see stories!

ରାଜଧାନୀର ଭସାଣ ସମୟରେ ବୁଲିଲା ଖଣ୍ଡା, ତିନି ଆହତ

ଭୁବନେଶ୍ୱର: ଦୁର୍ଗା ଭସାଣ ସମୟରେ ରାଜଧାନୀରେ ବୁଲିଲା ଖଣ୍ଡା । ଭସାଣ ଶୋଭାଯାତ୍ରା ବେଳେ ରସୁଲଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପକ୍ଷର ଆକ୍ରମଣରେ 3 ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି ।

durga puja immersion

ଶୋଭାଯାତ୍ରା ସମୟରେ କିଛି ଯୁବକ ଅନ୍ୟଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଏହାର ପାଲଟା ଜବାବ ଦେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଶସ୍ତ୍ର ସଙ୍ଘର୍ଷ ହୋଇଥିଲା । ଗୋଟିଏ ଗୋଷ୍ଠୀର ଦୁଇ ଜଣଙ୍କୁ ଅନ୍ୟ ଗୋଷ୍ଠୀର ସଦସ୍ୟମାନେ ଖଣ୍ଡାରେ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଅନ୍ୟ ଗୋଷ୍ଠୀ । ପ୍ରୀତି ବଳିୟାର ସିଂ, ସିପୁ ସାମନ୍ତରାୟ ଓ ଲିପୁ ନାମକ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପୋଲିସ୍ ବିଫଳ ହୋଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ମାଞ୍ଚେଶ୍ୱର ଥାନା ଘେରାଉ କରିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+