ଭସାଣି ବେଳେ ଗଣ୍ଡଗୋଳ, ପୋଲିସର ଲାଠିଚାର୍ଜ... ଲୋକଙ୍କ ଢେଲା ମାଡ଼
ବାଲେଶ୍ୱର: ଦୁର୍ଗାପୂଜା ଭସାଣିରେ ଗଣ୍ଡଗୋଳ । ପୋଲିସ ଉପରକୁ ଢେଲା, ପଥର ମାଡ଼ ମାରିଲେ ଉତ୍ତ୍ୟକ୍ତ ଲୋକ । ସିନେମା ବଜାରରେ ପୋଲିସ କଲା ଲାଠିମାଡ଼ । ଢେଲା, ପଥର ମାଡ଼ ଓ ଲାଠିଚାର୍ଜରେ ଜଣେ ପୋଲିସ କର୍ମଚାରୀ ସମେତ ମୋଟ 5ଜଣ ଆହତ ହୋଇଛନ୍ତି ।

ବିଳମ୍ବ ଭସାଣି ଓ ଡ଼ିଜେ ସାଉଣ୍ଡ ବଜାଇବାକୁ ନେଇ ପୋଲିସ ଓ ପୂଜା କମିଟି ମୁହାଁମୁହିଁ ହୋଇଥିଲେ । ଗତକାଲି ବାଲେଶ୍ୱରର ସିନେମା ଛକରେ ଭସାଣି ଚାଲିଥିବାବେଳେ, ରାତି 12 ଟା ପରେ ଡ଼ିଜେ ବଜାଇବାକୁ ପୋଲିସ ବାରଣ କରିଥିଲା । ଏଥିସହିତ ମେଢ ଗୁଡ଼ିକୁ ଭସାଣି ନକରି ରାସ୍ତା ଉପରେ ଦୀର୍ଘ ସମୟ ରଖି ନାଚିବାକୁ ପୋଲିସ ବିରୋଧ କରିଥିଲା । ଏହି ସମୟରେ ଏକ ନିର୍ଦ୍ଧିଷ୍ଟ ପୂଜା କମିଟି ଡ଼ିଜେ ବଜାଇବାକୁ ଜିଦ୍ ଧରିଥିଲା । ଏହି ଘଟଣାକୁ ନେଇ ପ୍ରଶାସନ ସହିତ ଆଲୋଚନା ଚାଲିଥିବା ସମୟରେ ପଛରେ ଥିବା କମିଟି ସଦସ୍ୟମାନେ ପୋଲିସକୁ ଠେଲାପେଲା କରିଥିଲେ । ଫଳରେ ପୋଲିସ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ଲାଠିଚାରଜ କରିଥିଲା ।












Click it and Unblock the Notifications