ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ମିଳିବ 19 ଗ୍ରେସ୍ ମାର୍କ, ମେ 15 ରେ ବାହାରିବ ରେଜଲ୍ଟ
ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ରରେ ଥିଲା ତ୍ରୁଟି । ଏହା ସ୍ୱୀକାର କରିଛି CHSE । ଯୁକ୍ତ ଦୁଇ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରେ ତ୍ରୁଟି ହୋଇଥିବା ନେଇ କହିଛନ୍ତି ପରୀକ୍ଷା ନିୟନ୍ତ୍ରକ । ପ୍ରେସମିଟ୍ କରି ସୂଚନା ଦେବା ସମୟରେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି 'ଆଉଟ ଅଫ୍ ସିଲାବସ୍ ନୁହେଁ, ଚଏସ୍ ଡେଫିସିଟ୍ ରହିଛି' ।
ସେ କହିଛନ୍ତି, ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ । ପ୍ରଶ୍ନପତ୍ରରେ 19 ମାର୍କର ଚଏସ୍ ଡେଫିସିଟ୍ ସମସ୍ୟା ହୋଇଛି । ପିଲାଙ୍କୁ 19 ମାର୍କର ଗ୍ରେସ୍ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ । କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରିନଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ । କେଉଁଠି ତ୍ରୁଟି ରହିଲା ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଅନୁଯାୟୀ, ଚଳିତବର୍ଷ ମାର୍ଚ୍ଚ 20 ରେ ପରୀକ୍ଷା ସରୁଛି । ତେଣୁ ପରୀକ୍ଷା ସରିବାର 2 ଦିନ ଭିତରେ ଖାତା ଦେଖା ଆରମ୍ଭ ହେବ । ଅଥାର୍ତ ମାର୍ଚ୍ଚ 22 ରୁ ଖାତା ଦେଖା ଆରମ୍ଭ ହେବ । ମୋଟ 15 ହଜାର ପରୀକ୍ଷକ ଖାତା ଦେଖିବାକୁ ନିୟୋଜିତ କରାଯିବ । 2ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ମାର୍ଚ୍ଚ 22 ରୁ ଏପ୍ରିଲ 2 ଏବଂ ଏପ୍ରିଲ 4 ରୁ ଏପ୍ରିଲ 15 ଯାଏଁ ଖାତା ଦେଖା ହେବ । ଏହାପରେ ମେ' 15 ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛନ୍ତି ଅଶୋକ କୁମାର ନାୟକ ।












Click it and Unblock the Notifications