Get Updates
Get notified of breaking news, exclusive insights, and must-see stories!

ନିୟନ୍ତ୍ରଣରେ ରହିଛି ହଇଜା ସ୍ଥିତି, କମିଛି ଗୁରୁତର ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଉରକେଲାରେ ବ୍ୟାପିଛି ହଇଜା । ଏହାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଝାଡ଼ାବନ୍ତିରେ ରାଉରକେଲାରେ 13 ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏଥି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ହଇଜା ସ୍ଥିତି ନିୟନ୍ତ୍ରଣାଧିନ ଥିବା ସେ କହିଛନ୍ତି । ଆଉ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବୃଦ୍ଧି ହେଉନି । ଏହା ସହ ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମିଛି ବୋଲି କହିଛନ୍ତି ଶ୍ରୀ ମିଶ୍ର ।

Niranjan Mishra

ଏହା ସହ ଅର୍ବାନ୍ ପିଏଚସି 24 ଘଣ୍ଟା ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହସ୍ପିଟାଲ ମଧ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଜଳ ପରୀକ୍ଷା କରାଯାଉଛି । କ୍ଲୋରିନ୍ ଲେବଲ୍ ଠିକ୍ ରଖିବାକୁ ଚେଷ୍ଟା କରାଯାଉଥିବା ନେଇ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ପୂର୍ବରୁ ବୁଧବାର ସ୍ୱାସ୍ଥ୍ୟ ସଚିବ ସାଲିନୀ ପଣ୍ଡିତ ରାଉରକେଲା ଗସ୍ତରେ ଯାଇ ସମୀକ୍ଷା କରିଥିବା ବେଳେ କଟକ ଏସ୍‌ସିବିର 4 ଜଣ ଡାକ୍ତର ପହଞ୍ଚିଛନ୍ତି । ଗୁରୁବାର ଆଉ ଜଣେ ଡ଼ାକ୍ତର ଏସ୍‌ସିବିରୁ ଆସି ରାଉରକେଲାରେ ପହଞ୍ଚିଛନ୍ତି । ଏମାନଙ୍କ ସହ ଜଣେ ଟେକ୍ନିସିଆନ ମଧ୍ୟ ଆସି ପହଞ୍ଚିଛନ୍ତି ।ମୋଟ୍ 5ଜଣ ଡ଼ାକ୍ତରଙ୍କ ସହ ଜଣେ ଟେକ୍ନିସିଆନ ରାଉରକେଲାରେ ପହଞ୍ଚିଛନ୍ତି । ସେହିପରି ଏସ୍‌ସିବି ଟିମ୍ ସହ ଭୁବନେଶ୍ୱର ଆରଏମ୍‌ଆରସିର ଦୁଇ ବୈଜ୍ଞାନିକ ମଧ୍ୟ ପହଞ୍ଚିଛନ୍ତି । ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ନିର୍ଦ୍ଦେଶକ, ଅଧିକାରୀ, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା ଚାଲିଛି ।

ଏସ୍‌ସିବି ଡ଼ାକ୍ତରୀ ଟିମ୍ ମଧ୍ୟରେ ମେଡିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ତୁଷାରିକାନ୍ତି ବେହେରା, କମ୍ୟୁନିଟିର ଆସିଷ୍ଟାଣ୍ଟ ପ୍ରଫେସର ମଦନ ମୋହନ ମାଝି, ମାଇକ୍ରୋବାୟୋଲୋଜି ଆସିଷ୍ଟାଣ୍ଟ ପ୍ରଫେସର ସସ୍ମିତା ଖଟୁଆ, ପେଡିଆଟ୍ରିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ଭଗବତ ସ୍ୱାଇଁ ଅଛନ୍ତି । ସେହିପରି ଭୁବନେଶ୍ଵର RMRCର ଦୁଇ ବୈଜ୍ଞାନିକ ହେଲେ ଡ଼ାକ୍ତର ଜୟ ସିଂ ଓ ଡ଼ାକ୍ତର ଆରା । ଏହି ଟିମ୍ ହଇଜାର ପ୍ରକୃତ କାରଣ ଖୋଜିବା ସହ ନିରାକରଣ ପାଇଁ କାମ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+