Get Updates
Get notified of breaking news, exclusive insights, and must-see stories!

ରାଜ୍ୟର ସମସ୍ତ ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୯୨ ପ୍ରତିଶତ ହୋଇଛି ଚାଷକାର୍ଯ୍ୟ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାରେ ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୯୨ ପ୍ରତିଶତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି କୃଷିଭବନର କୃଷି ସମୀକ୍ଷା କେନ୍ଦ୍ରଠାରେ ରାଜ୍ୟରେ ଖରିଫ ଚାଷ ଓ କୃଷି କାର୍ଯ୍ୟର ଅଗ୍ରଗତି ଏବଂ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦଳଗତ ମନୋଭାବ ନେଇ କାର୍ଯ୍ୟ କରି ଖରିଫ ଓ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ପରାମର୍ଶ ଦେଇଛନ୍ତି ।

kharif cultivation review

ଆଲୋଚନାରୁ ଜଣାପଡ଼ିଛି ଯେ ୨୦୨୩ ସେପେଫମ୍ବର ୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୯୨ ପ୍ରତିଶତ ହୋଇପାରିଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ବିଭିନ୍ନ ଜିଲ୍ଲାର ୪୫ଟି ବ୍ଲକ୍‌ରେ ବର୍ଷାର ପରିମାଣ କମ୍‌ ହୋଇଥିବାରୁ ଏହି ବ୍ଲକ୍‌ଗୁଡ଼ିକରେ ଫସଲର ସ୍ଥିତି, ଚାଷକାର୍ଯ୍ୟର ଅଗ୍ରଗତି ଓ ଜଳସେଚନର ସୁବିଧା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବ୍ଲକ୍‌ଗୁଡ଼ିକରେ ଶତକଡ଼ା ୯୫ ଭାଗରୁ ଅଧିକ ଚାଷ କାର୍ଯ୍ୟ ସଂପନ୍ନ ହୋଇଥିବା ଏବଂ ବଳକା ଜମିରେ ଦୁଇ ସପ୍ତାହ ମଧ୍ୟରେ ମୁଗ, ବିରି, ପନିପରିବା, ରାଶି, ଅଳସୀ ଆଦି ଚାଷ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀମାନେ ଅବଗତ କରାଇଥିଲେ ।

ସମସ୍ତ ଜିଲ୍ଲାରେ ଚଳିତ ସେପେଫମ୍ବର ମାସ ଶେଷ ସୁଦ୍ଧା ଶତପ୍ରତିଶତ ଫସଲ ଚାଷ କାର୍ଯ୍ୟ ସମାପନ ହେବ । ପ୍ରମୁଖ ଶାସନସଚିବ ଡ. ପାଢ଼ୀ ଆଗାମୀ ଏକ ମାସ ପାଇଁ କୃଷି ଏବଂ ଜଳସଂପଦ ବିଭାଗର ଅଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ ଜଳସେଚନ ସୁବିଧା ଯୋଗାଇବା ସହ ଉପଯୁକ୍ତ ଫସଲ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ରବି ଋତୁରେ ମହାନଦୀ ଡେଲ୍‌ଟା ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ ଅଞ୍ଚଳରେ ଜଳସେଚନର ସୁବିଧାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ତଦନୁଯାୟୀ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଆଦି ୬ଟି ଜିଲ୍ଲାରେ ଥିବା କେନାଲ ଡିଷ୍ଟି୍ରବୁ୍ୟଟାରୀ କମିଟି ଗଠନ ପୂର୍ବକ ରବି ଋତୁ ପାଇଁ ଫସଲର ପ୍ଲାନିଂ କରି ରାଜ୍ୟସ୍ତରୀୟ ବୈଷୟିକ କମିଟିକୁ ସେପେଫମ୍ବର ୩୦ ତାରିଖ ସୁଦ୍ଧା ପଠାଇବା ପାଇଁ କୃଷି ଓ ଜଳସଂପଦ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ରାଇସ୍‌ ଫାଲୋ ମ୍ୟାନେଜ୍‌ମେଣ୍ଟ ଯୋଜନାରେ ୪ ଲକ୍ଷ ହେକଫର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ଉପଯୋଗ କରି ଡାଲି, ତୈଳବୀଜ ଓ ପନିପରିବା ଆଦି ଅଣଧାନ ଫସଲ ଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ବିହନ ଯୋଗାଇ ଦେବା ପାଇଁ ବିହନ ନିଗମର ନିର୍ଦ୍ଦେଶକକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାରେ ୧.୩୦ ଲକ୍ଷ ହେକଫର ଜମିର ଅମ୍ଳ ମାଟିର ପରିଚାଳନା ପାଇଁ ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳର ବିନିଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଏହି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଆଇଏମ୍‌ଡ଼ିର ନିର୍ଦ୍ଦେଶକ, ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନ୍ସଂ ମାଧ୍ୟମରେ ଯୋଗଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+