ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ପୁରୀରେ ମୁଖ୍ୟ ଶାସନ ସଚିବ । ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ବଡ଼ଦାଣ୍ଡ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ବୁଲି ଦେଖିଛନ୍ତି ଶ୍ରୀ ଜେନା । ତାଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆଇଜି, ଏସପି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି । ସମଙ୍ଗ ଠାରେ ନିର୍ମାଣ ଚାଲିଥିବା ପାର୍କିଂ, ଶ୍ରୀସେତୁ କାର୍ଯ୍ୟର କରୁଛନ୍ତି ସମୀକ୍ଷା ।

shreemandir

ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି, ଆସନ୍ତା 12ରୁ ଶ୍ରୀସେତୁ ସ୍ବାଗତ ତୋରଣ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ । ସମସ୍ତ ମୌଜାରେ ପାର୍କିଂ ପରେ ସେଠାରୁ ଶ୍ରଦ୍ଧାଳୁ ଜଗନ୍ନାଥ ବଲ୍ଲଭ ପାର୍କିଂ, ବଡ଼ଦାଣ୍ଡ ଦେଇ ପରିକ୍ରମା ମାର୍ଗରେ ପହଞ୍ଚିବେ । ଜଗନ୍ନାଥ ବଲ୍ଲଭରେ‌ ଗୁଆ ଚାଉଳ, ନଡିଆ ସଂଗ୍ରହ କରାଯିବ । ସମସ୍ତ ପାର୍କିଂକୁ ଦୁଇଟି ରାସ୍ତା କରାଯିବ । 8ଶହ ମିଟର ଶ୍ରୀଦାଣ୍ଡ ରାସ୍ତା 16 ତାରିଖ ପୂର୍ବରୁ ଶେଷ ହେବ ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜାନୁଆରୀ 17‌ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ ।‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସଭିଏଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସବୁସ୍ତରରେ ସ୍ବାଗତ କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତୁଳସୀ ଗଛ ସାଙ୍ଗକୁ ବିଭିନ୍ନ ପ୍ରକାରର ସବୁଜିମା ଗଛ ଲଗାଯାଇଥିବାରୁ ଭକ୍ତଙ୍କର ଏହା ମୁଖ୍ୟ ଆକର୍ଷଣ ପାଲଟିଛି । ଏଥିସହ ସେବାୟତ, ପୁରୁଷ ଓ ମହିଳାମାନଙ୍କ ପାଇଁ ଶୌଚାଳୟ, ଜୋତା ଷ୍ଟାଣ୍ଡ, ପରିକ୍ରମା ମାର୍ଗ, ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭକ୍ତମାନେ ଭରପୁର ଉପଭୋଗ କରୁଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍ଘାଟନୀ ପାଇଁ ପୁରୀକୁ ଉତ୍ସବ ମୁଖରିତ କରାଯିବ । ଦେଶ ବିଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ପୁରୀକୁ ଆସିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ସମସ୍ତ ଧର୍ମଶାଳାକୁ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେବାକୁ ଯାଉଛି । ରଥଯାତ୍ରା ସମୟରେ ଯେଉଁଭଳି ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା କୋଠାର ଛାତ ଉପରେ ବସି ଭକ୍ତମାନେ ପହଣ୍ଡି ଆଦିର ଦର୍ଶନ କରିବାକୁ ସୁଯୋଗ ପାଇଥାନ୍ତି, ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ମଧ୍ୟ ଦେଖିବାର ସୁଯୋଗ ମିଳିବ । ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଥିବା ସମସ୍ତ ମଠ ଓ ଧର୍ମଶାଳାର ଛାତକୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଏଥିପାଇଁ ଡୁଡୁୱାଲା ଧର୍ମଶାଳା, ବାଗେଡ଼ିଆ ଧର୍ମଶାଳା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ରାଧାବଲ୍ଲଭ ମଠ, ପ୍ରତିହାରୀ ନିଯୋଗର ପଠାଘର ଓ ସିଂହଦ୍ବାର ସୂଚନାକେନ୍ଦ୍ରର ପରିଚାଳକମାନଙ୍କୁ ଏହି ଚିଠି କରିଛନ୍ତି । ଏହି କୋଠାକୁ ଆସନ୍ତା 12 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ନିଜ ହାତକୁ ନେଇଯିବ ବୋଲି ଚିଠି ହୋଇଛି । ଏହି କୋଠାମାନଙ୍କରେ ଛାମୁଣ୍ଡିଆ ବନ୍ଧାଯାଇ ଏଠାରେ ଭକ୍ତମାନଙ୍କୁ ବସି କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+