ଜାତୟ ରାଜପଥ 55 କାମରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କଲେ ନବୀନ, କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: କଟକ ସମ୍ବଲପୁର ଜାତୀୟ ରାଜପଥ 55 କାମରେ ବିଳମ୍ବ ହେବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।
କାମରେ ବିଳମ୍ବ ନେଇ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, 2017 ରୁ ଜାତୀୟ ରାଜପଥ 55 କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । କାମ ଆରମ୍ଭ ହେବାର 5 ବର୍ଷ ବିତି ଯାଇଥିଲେ ବି କାର୍ଯ୍ୟ ସରୁନି । ଏହି ଜାତୀୟ ରାଜପଥ ପଶ୍ଚିମ ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ଏହି ଜାତୀୟ ରାଜପଥରେ 399 ଟି ଦୁର୍ଘଟଣା ଘଟିଛି । ଏଥିରେ 196 ଜଣଙ୍କର ଜୀବନ ଯାଇଛି ।
ଏହି କାମରେ ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଏଥିସହ ମୁଖ୍ୟମନ୍ତ୍ରୀ, ଚିଠିରେ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ନହେବା ବିଷୟ ମଧ୍ୟ ଉଲ୍ଲେଖ କରିଛନ୍ତି । ଏନେଇ ଏନଏଚଏଆଇ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିନି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।












Click it and Unblock the Notifications