World Cup 2023: ‘ଅପରାଜୟ ରହୁ ଟିମ୍ ଇଣ୍ଡିଆ', ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
World Cup 2023: ସୁପର ସଣ୍ଡେ ରେ ସୁପର ମୁକାବିଲା । ବିଶ୍ୱକପ୍ 2023 ଫାଇନାଲରେ ଆଜି ମୁହାମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ବିଶ୍ୱ ବିଜେତା ଟାଇଟଲ୍ ପାଇଁ ଦୁଇ ଦଳ ମଧ୍ୟରେ ହେବ କଡ଼ା ମୁକାବିଲା ।

ଏହା ପୂର୍ବରୁ ଭାରତୀୟ ଟିମ୍ କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ଟିମ୍ କୁ ଶୁଭେଛା ଜଣାଛନ୍ତି । ସେ ଲେଖିଛନ୍ତି ଯେ, ଭାରତୀୟ ଟିମ୍ ଚଳିତ ବିଶ୍ୱକପ୍ ଫାଇନାଲ ମୁକାବିଲା ଖେଳୁଛି । ତେଣୁ ପୁରା ଟିମ୍କୁ ଶୁଭେଚ୍ଛା ଜଣାଉଛି। ବର୍ତ୍ତମାନ ଯାଏଁ ଟିମ୍ ବିଶ୍ୱକପ୍ ୨୦୨୩ରେ ଅପରାଜୟ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ତୃତୀୟ ଥର ଲାଗି ଭାରତୀୟ ବିଶ୍ୱକପ୍ ଟ୍ରଫି ହାତେଇବ ।
ଆପଣଙ୍କୁ କହି ରଖୁଛୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଅପରାହ୍ନ 2 ଟାରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ଏ ନେଇ ଷ୍ଟାଡିୟମ ଆଗରେ ଦର୍ଶକଙ୍କ ଭିଡ଼ ଲାଗି ରହିଛି ।












Click it and Unblock the Notifications