କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମିଳିବ 1200 କୋଟିର ଭେଟି, ଲକ୍ଷ୍ମୀ ବସ୍ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
କଳାହାଣ୍ଡି: ପ୍ରତିଷ୍ଠା ଦିବସରେ ବିକାଶର ନୂଆ ସୂର୍ଯ୍ୟୋଦୟ ଦେଖିବ କଳାହାଣ୍ଡି ଜିଲ୍ଲା । କଳାହାଣ୍ଡିବାସୀଙ୍କୁ 1200 କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି ଗସ୍ତରେ ଯାଇ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କାର୍ଯ୍ୟସୂଚୀ ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି 11.30 ମିନିଟରେ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ । ମେଡିକାଲ କଲେଜର ଅଡିଟୋରିଅମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନବନିର୍ମିତ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କରିବା ପରେ ଦୁଇ ଜଣ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା କରିବେ । ସେଠାରୁ ମୁଖ୍ୟମନ୍ତ୍ରୀ ଏକ ରୋଡ୍ ସୋ'ରେ କଳାହାଣ୍ଡି ୟୁନିଭରସିଟି ଗ୍ରାଉଣ୍ଡକୁ ଯିବେ ।
ମେଡିକାଲ କଲେଜ ପରିସରରେ ଉଦଘାଟନୀ ସଭା ସମାପ୍ତ ପରେ 11.55 ମିନିଟରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ । ଅପରାହ୍ନ 12.30 ରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ କରିବେ । ଏହାସହ ପ୍ରାୟ 1200 କୋଟି ଟଙ୍କାର ବୃହତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications