ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ପଦ୍ମପୁର ଉପ ନିର୍ବାଚନ ପରେ ଏହା ପ୍ରଥମ ବରଗଡ଼ ଗସ୍ତ ହେବ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦମପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ ।

ଭୁବନେଶ୍ୱର : ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ । ପଦ୍ମପୁର ଉପ ନିର୍ବାଚନ ପରେ ଏହା ପ୍ରଥମ ବରଗଡ଼ ଗସ୍ତ ହେବ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦମପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ କରିବେ । ଏଥିସହ ମିଶନ ଶକ୍ତି ଏସଏଚଜି ଗ୍ରୁପଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କୁ ଜିତାଇ ଥିବାରୁ ପଦମପୁରବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବେ ।
ଦିନ 11 ରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ 11.30 ରେ ଝାରବନ୍ଧ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ଏହା ପରେ 12.30 ରେ ପାଇକମାଳ ଓ ଅପରାହ୍ନ 3.55 ରେ ପଦମପୁର କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବେ । ସେଠାରେ ସମାବେଶରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ପଦମପୁରବାସୀଙ୍କୁ ଜଣାଇବେ ଧନ୍ୟବାଦ । ଝାରବନ୍ଧ ବ୍ଲକର ଶକ୍ତି ଛକ ପଡିଆ, ପାଇକମାଳ ହାଇସ୍କୁଲ ପଡିଆ ଓ ପଦମପୁର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ପଦମପୁର ବାସୀଙ୍କୁ ଧନ୍ୟବାଦ ଦେବେ । ଉପନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ପଦମପୁର ଅଞ୍ଚଳ ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଦେଇଥିବା କଥା ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ସୁରକ୍ଷା ପାଇଁ 25 ପ୍ଲାଟୁନ ପୋଲିସ ଫୋର୍ସ, 5 ଜଣ ଆଡିସନାଲ ଏସପି, 16 ଜଣ ଡିଏସପି ମୁତୟନ ହୋଇଛନ୍ତି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications