Get Updates
Get notified of breaking news, exclusive insights, and must-see stories!

ସେପ୍ଟେମ୍ବର 16 ରୁ କାର୍ଯ୍ୟକ୍ଷମ ହେବ କଟକ ନେତାଜୀ ବସ୍ ଟର୍ମିନାଲ୍, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: କାର୍ଯ୍ୟକ୍ଷମ ହେବ ନବନିର୍ମିତ କଟକ ନେତାଜୀ ବସ୍ ଟର୍ମିନାଲ (ସିଏନବିଟି) । ସେପ୍ଟେମ୍ବର 16 ତାରିଖରୁ ଏହା କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ବସ୍ ଟର୍ମିନାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏ ନେଇ କଟକ ମେୟର ସୁବାସ ସିଂହ ଗୁରୁବାର ସୂଚନା ଦେଇଛନ୍ତି ।

netaji bus terminal

ସେପ୍ଟେମ୍ବର 13 ରୁ ନୂଆ ବସ୍ ଟର୍ମିନାଲରେ ଟ୍ରାଏଲ ରନ୍ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । 84 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅନ୍ତର୍ଜାତୀୟ ସ୍ତରର ଟର୍ମିନାଲରେ ରହିଛି ଅତ୍ୟାଧୁନିକ ବ୍ୟବସ୍ଥା । ଏହାସହ ରାଣୀହାଟ କ୍ଲକ ଟାଓ୍ବାର, ତାଳଦଣ୍ଡା ପାର୍ଶ୍ବ ଫୁଡକୋର୍ଟ, ସିଲଭର ସିଟି ବୋଟ କ୍ଲବ ସହ ମୋଟ 15 ଟି ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଥାଉକି, 2021 ମସିହା ଜାନୁଆରୀ 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀରେ ବସ ଟର୍ମିନାଲର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଟର୍ମିନାଲକୁ ବସ୍ ବେ' ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଯାତ୍ରୀମାନଙ୍କ ଯାତାୟତ ପାଇଁ ନିର୍ଦ୍ଧାରିତ ପାର୍କିଂ ସ୍ଥାନର ବ୍ୟବସ୍ଥା କରାଯାଇଛି । ଏଠାରେ ଏକ ଅତ୍ୟାଧୁନିକ ଆହାର କେନ୍ଦ୍ର ମଧ୍ୟ ରହିବ, ଯେଉଁଥିରେ ଏକକାଳୀନ ପ୍ରାୟ 1 ହଜାର ଲୋକ ଖାଇ ପାରିବେ । ଏଥିପାଇଁ କଟକ ମହାନଗର ନିଗମ (ସିଏମସି) 1.8 କୋଟି ଟଙ୍କା ଖର୍ଚ୍ଚ କରୁଛି ।

ଏହି ବସ ଟର୍ମିନାଲ ଦ୍ୱାରା ସହରର ଟ୍ରାଫିକ୍ ସମସ୍ୟା ଦୂର ହେବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଓ ସୁବିଧାଜନକ ଯାତ୍ରାର ଅନୁଭୂତି ମିଳିପାରିବ ବୋଲି ଆଶା କରାଯାଉଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି । ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ 90% ରୁ ଅଧିକ କାମ ଶେଷ ହୋଇଛି । ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ 500 ରୁ ଅଧିକ ବସ୍ ରହିବା ସହ ଦୈନିକ ହଜାର ହଜାର ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ । ଏହି ଟର୍ମିନାଲରେ ଫୁଡ୍ କୋର୍ଟ, ବିଶ୍ରାମାଗାର, ପାର୍କିଂ ସ୍ଥାନ ସମେତ ଅନେକ ଅତ୍ୟାଧୁନିକ ସୁବିଧା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+