୨୪ଟି ନୂଆ ବିଏଲଏସ ଆମ୍ବୁଲାନ୍ସ ଓ ଅପଗ୍ରେଡ ହୋଇଥିବା ୨୯୯ ଏଏଲଏସ ଆମ୍ବୁଲାନ୍ସର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ambulance

ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର । କାରଣ ମଣିଷ ସୁସ୍ଥ ରହିଲେ ହିଁ ରାଜ୍ୟ ଅଗ୍ରଗତି କରିବ । ଆଉ ସ୍ୱାସ୍ଥ୍ୟ ଦେବାକୁ ଗୁରୁତ୍ଵ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନୂଆ ଉପାୟ ଆରମ୍ଭ କରୁଛନ୍ତି । ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ପାଇଁ ପ୍ରଶଂସନୀୟ ପଦକ୍ଷେପ ନେଉଛନ୍ତି ।

BSKY ଯୋଜନା ଲୋକଙ୍କୁ ନୂଆ ଜୀବନ ଦେଉଛି । ଏଥି ମଧ୍ୟରେ ଆଉ ଏକ ଅଧ୍ୟାୟ ଯୋଡ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ୨୪ଟି ନୂଆ ବେସିକ୍ ଲାଇଫ୍ ସପୋର୍ଟ(BLS) ଆମ୍ବୁଲାନ୍ସ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ଅପଗ୍ରେଡ ହୋଇଥିବା ୨୯୯ ଆଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ (ALS)ର ହେବ ଉଦଘାଟନ ।

ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଏବଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ବିନା ଖର୍ଚ୍ଚରେ ଜରୁରୀକାଳୀନ ଆଶୁ ଚିକିତ୍ସା ଓ ଡାକ୍ତରଖାନା ଯିବା ପାଇଁ ଏହି ଆମ୍ବୁଲାନ୍ସ ବହୁତ ସହାୟକ ହେବ ।

ସାରା ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେବ । ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ ନିଜସ୍ଵ ପାଣ୍ଠିରୁ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା କାର୍ଯ୍ୟକାରି ହେବ । ଏହି ସେବା ଦୁର୍ଗମ ଅଞ୍ଚଳରେ ବିଶେଷ ସହାୟକ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+