ଗାଁ ରୁ ଯୋଡ଼ି ହେବ ସହର, ଆଜି ଆଉ 5 ଜିଲ୍ଲାକୁ ଗଡ଼ିବ ଲକ୍ଷ୍ମୀ
ଭୁବନେଶ୍ୱର: ପଞ୍ଚାୟତ ରୁ ବ୍ଲକ୍ ଓ ଜିଲ୍ଲାକୁ ସୁଗମ ହେବ ଗମନାଗମନ । ଗାଁ ରୁ ଯୋଡିହେବ ସହର । ପରିବହନ କ୍ଷେତ୍ରରେ ଆସିବ ସୁଧାର । ଏହି କ୍ରମରେ ଆଜି ଆଉ 5 ଜିଲ୍ଲାକୁ ଗଡ଼ିବ ଲକ୍ଷ୍ମୀ ବସ୍ । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୋମବାର ଦିନ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଆରମ୍ଭ ହେବ । ମୋଟ 425 ଟି ବସ୍ର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ଗତବର୍ଷ ପ୍ରଥମେ ମାଲକାନଗିରି ପରେ କୋରାପୁଟ ଜିଲ୍ଲାରେ ଏହି ବସ ସେବାର ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଏହି ସେବାର ଉଦଘାଟନ ହେଉଛି । 21 ତାରିଖ ସୁଦ୍ଧା ସମସ୍ତ ଜିଲ୍ଲାକୁ ଲକ୍ଷ୍ମୀ ବସ୍ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଗାଁରୁ ସହର ଲୋକଙ୍କ ବସ ସେବା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ମହିଳା, ଛାତ୍ରଛାତ୍ରୀ ଓ ସ୍ଥାନୀୟ ସମ୍ପଦ୍ରାୟକୁ ଶସକ୍ତ କରିବା ଏହି ବସ୍ ସେବାର ମୂଳ ଲକ୍ଷ୍ୟ । ଖାସ୍ କରି ମହିଳାମାନଙ୍କ ପାଇଁ ବସ୍ ଟିକେଟ୍ର ମୂଲ୍ୟ ମାତ୍ର 5ଟଙ୍କା ରଖାଯାଇଛି । ଏହାପରେ 16 ତାରିଖରେ ଆଉ 5ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଆରମ୍ଭ କରାଯିବ ।












Click it and Unblock the Notifications