ନବଦାସଙ୍କ ଦ୍ୱାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆସନ୍ତାକାଲି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ୱାଦଶାହ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନବୀନ ପଟ୍ଟନାୟକ ଦିନ 12 ଟା 15 ରେ ସ୍ୱର୍ଗତଃ ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବେ ।

ନବ ଦାସଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ବହୁ ଲୋକ ସାମିଲ ହେବେ ବୋଲି ଜଣାପଡିଛି ।












Click it and Unblock the Notifications