ନବୀନଙ୍କ ନିଶାନାରେ ବିରୋଧୀ, ପୁଣି କଲେ ସିଧାସଳଖ ଟାର୍ଗେଟ୍

ଭୁବନେଶ୍ୱର: ନିଜର ଶାନ୍ତ ସ୍ୱଭାବ ଓ କମ୍ କଥା କହୁଥିବା ନେଇ ସାରା ଦେଶରେ ପରିଚିତ ନବାନ ପଟ୍ଟନାୟକ ଏବେ ଆଟାକିଂ ମୁଡ୍ ରେ ଦେଖିବାକୁ ମିଳୁଛନ୍ତି । ବିରୋଧୀଙ୍କୁ ନେଇ ପ୍ରାୟତଃ କେବେ ମନ୍ତବ୍ୟ ରଖୁନଥିବା ନବୀନ ଏବେ ସିଧାସଳଖ ଟାର୍ଗେଟ୍ କରୁଛନ୍ତି । ବିରୋଧୀଙ୍କୁ କରୁଛନ୍ତି ନିଶାନା ।

ଗତ କିଛି ଦିନ ହେବ ବିରୋଧୀଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟ ଏଭଳି କିଛି ଦେଖିବାକୁ ମିଳୁଛି । ଓଡ଼ିଶାର ବିକାଶରେ ବିରୋଧୀ ଦଳ ଖୁସି ନାହାଁନ୍ତି, ଲୋକଙ୍କୁ ଭୁଲ୍ ଖବର ଦେବା, ଭ୍ରମିତ କରିବା ସେମାନଙ୍କ କାମ ହୋଇଛି । ନିର୍ବାଚନ ଆସିଲେ ସେମାନେ ଏମିତି କାମ କରନ୍ତି କହିଛନ୍ତି ନବାନ ପଟ୍ଟନାୟକ । ଆଜି ବିଜେଡିର ପଦଯାତ୍ରାର ଶୁଭାରମ୍ଭ ବେଳେ ଏମିତି କିଛି ଢଙ୍ଗରେ ଟାଗେର୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen patnaik

ସେଥିପାଇଁ ହିଁ ବିରୋଧୀଙ୍କୁ ଜନତା ସବୁବେଳେ ରିଜେକ୍ଟ କରି ଆସିଛନ୍ତି । ଖାଲି ଏତିକି ନୁହେଁ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର କାର୍ଯ୍ୟରେ ବି ସେମାନେ ବାଧା ଦେବାକୁ ଚେଷ୍ଟା କରିଥିଲେ । ବିରୋଧୀ ହେଉଛନ୍ତି ବିକାଶ ବିରୋଧୀ ଓ ଜନବିରୋଧୀ । ତେଣୁ ଲୋକେ ତାଙ୍କୁ କେବେ ବି କ୍ଷମା ଦେବେନି ବୋଲି କହି ପ୍ରବଳ ସମାଲୋଚନା କରିଛନ୍ତି ।

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାଲ ପୂର୍ବରୁ ଚଳିତ ବିଧାନସଭା ଅଧିବେଶନରେ ଦୁଇ ଥର ବିରୋଧୀଙ୍କୁ ନିଶାନା କରିଥିଲେ ନବୀନ । ବିଧାନସଭାରେ ବିବୃତି ଦେବା ବେଳେ ଜନ ବିରୋଧୀ କହିବା ସହ ଜନ ବିରୋଧୀ କାମ କଲେ ବିଧାନସଭାକୁ ଆଉ ଫେରିବେନି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଉଲ୍ଲଖଥାଉକି, ଆଜି ଠାରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକଙ୍କର ନିକଟତର ହେବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳିରେ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀରୁ ଆରମ୍ଭ ହୋଇ ଏହା ଅକ୍ଟୋବର 11 ଲୋକନାୟକ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ଚାଲିବ । ଏହା ଦ୍ୱାରା ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+