ବିଜେଡିର ଜନସଂପର୍କ ପଦଯାତ୍ରା; ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ

ଭୁବନେଶ୍ୱର: ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଚାଲିବ । ଏହା ଦ୍ୱାରା ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ ।

BJD

ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦଯାତ୍ରାର ଶୁଭାରମ୍ଭ ସହ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବୀନ କହିଛନ୍ତି, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି । ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି । ସାଧାରଣ ଲୋକଙ୍କ ଖୁସି ଆମର ସବୁଠୁ ବଡ ଖୁସି ।

ସେଥିପାଇଁ ବିଜେଡି ଗରିବ, ମହିଳା, ଯୁବବର୍ଗ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ କାମ କରି ଆସୁଛି । ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ କାମ କରୁଛି । ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ କରିବାକୁ ବହୁଦିନର ଉଦ୍ୟମ ଥିଲା । ଖୁସିର କଥା ମହିଳା ସଂରକ୍ଷଣ ଏବେ ଆଇନରେ ପରିଣତ ହୋଇଛି । ଓଡ଼ିଶା ଏବେ ରୂପାନ୍ତରଣ କ୍ଷେତ୍ରରେ ଆଗେଇ ଚାଲିଛି ।

ନବୀନ କହିଛନ୍ତି, ବିଏସକେୱାଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ସହ ଗେମଚେଞ୍ଜର ହୋଇଛି । ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି କରିଛି । ସ୍କୁଲ ରୂପାନ୍ତରଣ ପାଇଁ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ଥିବା ତାରତ୍ୟମ ଦୂର ହୋଇଛି । ଖାଦ୍ୟ ସୁରକ୍ଷା ହେଉ କି ବିପର୍ଯ୍ୟୟ ପରିଚାଳନା କି କ୍ରୀଡା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ରୋଲମଡେଲ ସାଜିଛି । ନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ସାରା ଦେଶରେ ୨ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଦଳ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବା ବିରୋଧୀଙ୍କର କାମ ପାଲଟିଛି । ନିର୍ବାଚନ ଆସିଲେ ସେମାନେ ଏଭଳି କାମ କରିଥାନ୍ତି । ଏଥିପାଇଁ ଲୋକେ ସବୁବେଳେ ବିରୋଧୀ ଦଳକୁ ପ୍ରତ୍ୟାଖାନ କରି ଆସୁଛନ୍ତି ।

ବିରୋଧୀଙ୍କର ଜନବିରୋଧୀ ଓ ବିକାଶ ବିରୋଧୀ ନୀତିକୁ ଲୋକେ ଭଲ ଭାବେ ବୁଝିଛନ୍ତି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଥିବା ଦଳକୁ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିକାଶର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ କର୍ମୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।
ପଦଯାତ୍ରା ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପ ନିଆଯିବ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+