Get Updates
Get notified of breaking news, exclusive insights, and must-see stories!

ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିଛି ରାଜସ୍ୱ ବିଭାଗ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

review meeting

ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଗତ ଚାରିବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବସୁନ୍ଧରା ଯୋଜନାରେ ପ୍ରଦାନ କରାଯାଉଥିବା ପଟ୍ଟାକୁ ଉଭୟ ସ୍ତ୍ରୀ ଏବଂ ସ୍ୱାମୀଙ୍କ ନାମରେ ରେକର୍ଡ କରାଯାଉଛି ଏବଂ ସ୍ତ୍ରୀଙ୍କ ନାମ ପ୍ରଥମେ ସ୍ଥାନିତ ହେଉଅଛି । ସେହିପରି ଭାବେ ମହିଳାମାନଙ୍କୁ ଷ୍ଟାମ୍ପ ଦେୟ ଉପରେ ୧ ପ୍ରତିଶତ ରିହାତି ଦିଆଯାଇଅଛି ।

ଏଥି ସହିତ ୫-'ଟି'ର ରୂପାନ୍ତରିକରଣ କାର୍ଯ୍ୟଗୁଡିକ ମଧ୍ୟରୁ ବିଭାଗର ୩୪ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ ଅଟେ । ୫-'ଟି' କାର୍ଯ୍ୟାନ୍ୱୟନ ପରେ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ରାଜସ୍ୱ ସେବା ପ୍ରଦାନରେ ଲୋକମାନଙ୍କର ସୁବିଧାକୁ ଆଖି ଆଗରେ ରଖି ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି । ରାଜସ୍ୱ କାର୍ଯ୍ୟାଳୟମାନଙ୍କରେ ନାଗରିକମାନଙ୍କ ବ୍ୟକ୍ତିଗତ ଉପସ୍ଥିତିକୁ ଯଥା ସମ୍ଭବ କମ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ସମସ୍ତ ପଞ୍ଜୀକରଣ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ ଅଟେ । ଷ୍ଟାମ୍ପ ଏବଂ ଅନ୍ୟାନ୍ୟ ସରକାରୀ ଦେୟ ଟ୍ରେଜେରୀ ପୋର୍ଟାଲରେ ଜମା କରାଯାଊଛି । ଦସ୍ତାବିଜଗୁଡ଼ିକ ସାର୍ଟିଫାଏଡ ନକଲ ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଅଛି । ପଞ୍ଜୀକରଣ କାର୍ଯ୍ୟାଳୟରେ ଅଧିକ ସ୍ୱଚ୍ଛତା ପାଇଁ ଖୁବଶୀଘ୍ର ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରମ୍ଭ ହେବାକୁ ଯାଉଛି ।

ଜମି କିଣାବିକା ପଞ୍ଜୀକରଣର ତଥ୍ୟ ତହସିଲକୁ ସଂଚାରିତ ହୋଇ ସ୍ୱତଃ ଭାବେ ଦାଖଲ ଖାରଜ ମାମଲା ଆରମ୍ଭ ହେଉଛି । ନାଗରିକମାନେ ଅନଲାଇନରେ ପୁରୁଣା ପଞ୍ଜୀକୃତ ଦଲିଲର ଦାଖଲ ଖାରଜ, ଚାଷଜମି କିସମର ଘରବାଡିକୁ ପରିବର୍ତ୍ତନ ଏବଂ ଆପୋଷ ବୁଝାମଣାରେ ଜମି ବିଭାଜନ ମାମଲା ପାଇଁ ଆବେଦନ କରିପାରୁଛନ୍ତି । ମାମଲାର ସ୍ଥିତି ନାଗରିକଙ୍କୁ ଗMଗ ମାଧ୍ୟମରେ ଜଣାଇ ଦିଆଯାଉଛି । ୨୦୧୯ ମସିହାଠାରୁ, ପ୍ରାୟ ୩,୯୦,୦୦୦ ପଟ୍ଟା ସାତ ଦିନ ମଧ୍ୟରେ ଓ ୫୫,୦୦୦ ପଟ୍ଟା ଏକଦିନ ମଧ୍ୟରେ ସଂଶୋଧନ କରାଯାଇ ସ୍ପିଡ୍‌ ପୋଷ୍ଟ କିମ୍ବା ରାଜସ୍ୱ ରଥ ମାଧ୍ୟମରେ ଆବେଦନକାରୀଙ୍କ ନିକଟକୁ ପଠାଯାଇଛି । ବିଭାଗ ତରଫରୁ ପ୍ରତ୍ୟେକ ମାସରେ କ୍ୟାମ୍ପ କୋର୍ଟ ମାଧ୍ୟମରେ ଆପୋଷ ବୁଝାମଣାରେ ଜମି ବିଭାଜନ ଏବଂ ପ୍ରଜାଖାନା ସଂଶୋଧନ ନିମନ୍ତେ ୧୦୦ ଟି ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜସ୍ୱ ବିଭାଗ ତରଫରୁ ସମସ୍ତ ତହସିଲରେ ଭର୍ଚୁଆଲ୍‌ କୋର୍ଟ ଆରମ୍ଭ କରାଯାଇଛି । ଏହା ମାଧ୍ୟମରେ ପ୍ରାୟ ୧୧,୧୮୩ ମାମଲା ଫଇସଲା ହୋଇପାରିଛି । ବିନାମୂଲ୍ୟରେ ଏବଂ ସ୍ୱ-ଘୋଷଣା ଆଧାରରେ ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଉଛି । ୨୦୨୦ ମସିହା ଠାରୁ ସ୍ୱ-ଘୋଷଣା ଆଧାରରେ ପ୍ରାୟ ୩୪ ଲକ୍ଷ ବାସିନ୍ଦା ଏବଂ ୨୪ ଲକ୍ଷ ଆୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ୨୦୧୯ ମସିହା ଠାରୁ ଲୋକମାନେ ଅନଲାଇନରେ ଜମି ଖଜଣା, ସେସ୍‌ ଏବଂ ଜଳକର ଦେଇପାରୁଛନ୍ତି । ବସୁନ୍ଧରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ବାର୍ଷିକ ଆୟର ମାନଦଣ୍ଡକୁ ୬୦,୦୦୦ ଟଙ୍କାରୁ ୧,୦୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ୯୦୨ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ମିଳିଛି ।

ଶୀଘ୍ର ଏବଂ ସଠିକ୍‌ ଜମି ରେକର୍ଡ ସେବା ପାଇଁ ବିଭାଗ ହାଇ-ଟେକ୍‌ ସର୍ଭେକୁ ତ୍ୱରାନ୍ୱିତ କରୁଛି । ଦେବଗଡ ଜିଲ୍ଲାରେ ହାଇ-ଟେକ୍‌ ସର୍ଭେ ସମ୍ପୂର୍ଣ ହୋଇଛି ଏବଂ ଏହାକୁ ବର୍ତ୍ତମାନ ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ।

ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠିତ ହୋଇଛି । ଏହି ଟାସ୍କଫୋର୍ସ ବିଭିନ୍ନ ସମସ୍ୟାର ବିଶ୍ଳେଷଣ କରି ପର୍ଯ୍ୟାୟ କ୍ରମେ ପ୍ରସ୍ତାବମାନ ଦେଇଆସୁଛନ୍ତି ।

ଚକବନ୍ଦୀ ଅଧିନିୟମ, ୧୯୭୨ ଧାରା ୩୪କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଆଇନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି । ଗ୍ରାମକଣ୍ଠ ପରମ୍ବୋକ, ନଜୁଲ, ଆବାଦୀ, ଖାସମାହାଲ ଜମିର ବନ୍ଦୋବସ୍ତ ପାଇଁ ଉଦ୍ଦିଷ୍ଟ ସଲାମୀକୁ ୨୦ ରୁ ୦୨ ପ୍ରତିଶତକୁ କମାଇବା ପାଇଁ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି ଏବଂ ଅଧିନିୟମ ପରିବର୍ତ୍ତନ ପ୍ରକ୍ରିୟା ଚାଲୁ ରହିଛି । ଲେବର କମିଶନର ଏବଂ ଜିଲ୍ଲାପାଳଙ୍କୁ ନେଇ ଗଠିତ କମିଟିର ସୁପାରିଶ ଅନୁସାରେ ରାଜ୍ୟ ସରକାର କଟକର ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ୧୧୯ ଜଣ ବୈଧ ଶ୍ରମିକ ହିତାଧିକାରୀଙ୍କ ସପକ୍ଷରେ ଗୃହ ହସ୍ତାନ୍ତର ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଓଡିଶା ହାଉସିଂ ବୋର୍ଡ ଏବଂ ବିଭିନ୍ନ ଉନ୍ନୟନ ପରିଷଦମାନେ ବାସଗୃହ ପ୍ରକଳ୍ପମାନ କରି ହିତାଧିକାରୀଙ୍କୁ ବିକ୍ରି କରିଥିଲେ । ରାଜ୍ୟ ସରକାର ଏହି ଜମିକୁ ପ୍ରଚଳିତ ବଜାର ମୂଲ୍ୟର ୧୦ ପ୍ରତିଶତ ଆଦାୟପୂର୍ବକ ଆଗ୍ରହୀ ହିତାଧିକାରୀଙ୍କ ସପକ୍ଷରେ ସ୍ଥିତିବାନ ସତ୍ତ୍ୱରେ ରେକର୍ଡ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାର ଆଇନଗତ ସଂଶୋଧନ ପ୍ରକ୍ରିୟା ଜାରି ରହିଛି ।

ଓଡିଶା ଭୂ-ସଂସ୍କାର ଆଇନ, ୧୯୬୦ ର ଧାରା ୮ (କ) ଅନୁସାରେ ଚାଷଜମିର କିସମ ପରିବର୍ତ୍ତନ ନିମନ୍ତେ, ଜମିର ପ୍ରଚଳିତ ବଜାର ମୂଲ୍ୟର ୧ ପ୍ରତିଶତ ଆଦାୟ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହାର ଆଇନଗତ ସଂଶୋଧନ ପ୍ରକ୍ରିୟା ଜାରିରହିଛି ।

ଆସନ୍ନ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବ୍ୟାପକ ସ୍ଥାନାନ୍ତର କରିବା ତଥା ଶୂନ୍ୟ ପ୍ରାଣହାନି ସହିତ ସରକାରୀ ବିଭାଗଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷାକରି ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି ।
ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆମ ରାଜ୍ୟ ସମ୍ମାନଜନକ ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ୨୦୨୩ ପୁରସ୍କାର ପାଇଛି । ନାଗରିକମାନଙ୍କୁ ବିପର୍ଯ୍ୟୟଗୁଡିକ ବିଷୟରେ ଆଗରୁ ସଜାଗ କରିବା ତଥା ସତର୍କ ବାର୍ତ୍ତା ପଠାଇବା ପାଇଁ ଉପକୂଳବର୍ତ୍ତୀ ୧୨୨ ଟି ସ୍ଥାନରେ ଆଲର୍ଟ ସାଇରନ୍‌ ଟାୱାରଗୁଡିକ ସ୍ଥାପିତ ହୋଇଛି ।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ ପୋର୍ଟାଲ ଦ୍ୱାରା ଖୁବଶୀଘ୍ର ପ୍ରଦାନ କରାଯାଇପାରୁଛି । ଅଦ୍ୟାବଧି ଏହା ମାଧ୍ୟମରେ ୯,୮୧୬ ପରିବାରଙ୍କୁ ୩୮୭ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି ।
ଓଡିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ ଈଗR ପାଣ୍ଠି ଅଧୀନରେ ୫୯ ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା (ରାଜନଗର ତହସିଲ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଗୃହ ସହିତ ୨୦ ଟି ୟୁନିଟକୁ ସଶକ୍ତ କରାଯାଇଛି ।

ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସାରେ ସହାୟତା ପାଇଁ ୩୨,୬୩୩ ସଂଖ୍ୟକ ସେ୍ୱଚ୍ଛାସେବୀ ତାଲିମପ୍ରାପ୍ତ ହୋଇଛନ୍ତି । ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କତା ପାଇଁ ମୋବାଇଲ୍‌ ଆପ୍‌ ବିକଶିତ ହୋଇଛି । ୧୦,୦୦୦ ଗ୍ରାମରେ ଗୋଷ୍ଠୀ ନେତୃତ୍ୱାଧିନ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଅଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ତାଲିମ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ 'ସ୍ୱୟଂସିଦ୍ଧା' ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମିଶନ୍‌ ଶକ୍ତି ବିଭାଗର ସହଯୋଗରେ ଏହା ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+