ଆଇଆଇଟିଏଫ୍ 2023 ରେ ସ୍ୱର୍ଣ୍ଣ ବିଜୟୀ ଓଡ଼ିଶାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର: ଇଣ୍ଡିଆ ଇଣ୍ଚରନ୍ୟାସନାଲ ଟ୍ରେଡ୍ ଫେୟାର 2023 ରେ ସ୍ୱର୍ଣ୍ଣ ବିଜୟୀ 'ଟିମ୍ ଓଡ଼ିଶା' କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଅର୍ନ୍ତଜାତୀୟ କାର୍ନିଭାଲରେ ସୂଚନା ଓ ଲୋକସଂପର୍କ ବିଭାଗର 'ଟିମ୍ ଓଡ଼ିଶା' କୁ ମିଳିଛି ସ୍ୱର୍ଣ୍ଣ ।

ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପ୍ରମୁଖ ସଚିବ ସଞ୍ଜୟ ସିଂହ ଓ ନିର୍ଦ୍ଦେଶକ ସରୋଜ ସାମଲ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ସ୍ୱର୍ଣ୍ଣ ପୁରସ୍କାରକୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ । ମୁଖ୍ୟମନ୍ତ୍ରୀ ବିଭାଗକୁ ନିଜର ଭଲ କାର୍ଯ୍ୟ ଜାରି ରଖିବା ସହିତ ସରକାରଙ୍କ ଆଉଟରିଚ୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ ।
Hon'ble CM Naveen Patnaik has appreciated the efforts of Team Odisha in I &PR Dept for bagging gold at IITF 2023. Minister Sri Pradeep Ku Amat, Principal Secretary Sri Sanjay Ku Singh and Director Sri Saroj Samal met CM Sri Naveen Patnaik yesterday at Naveen Nivas and showed the… pic.twitter.com/9yFwpxoiOw
— I & PR Department, Odisha (@IPR_Odisha) December 6, 2023
ଆଇଆଇଟିଏଫ୍ରେ ଓଡ଼ିଶା ମଣ୍ଡପ ଦର୍ଶକଙ୍କ କେନ୍ଦ୍ରବିନ୍ଦୁ ଥିଲା । 5 ଲକ୍ଷରୁ ଅଧିକ ଦର୍ଶକ ଓଡ଼ିଶାର ମଣ୍ଡପ ପରିଦର୍ଶନ କରିଛନ୍ତି । ଓଡ଼ିଶା ମଣ୍ଡପରେ ରାଜ୍ୟର ନୌବାଣିଜ୍ୟର ଗୌରବ ସହିତ ସମୃଦ୍ଧ କଳା, ସଂସ୍କୃତି ଓ ମୂର୍ତ୍ତି ପ୍ରଦର୍ଶିତ ହୋଇଥିଲା । ଏହା ବେଶ୍ ମନଲୋଭା ହୋଇଥିବା ବେଳେ ଜୁରି ଏହାର ସକରାତ୍ମକ ମୂଲ୍ୟାଙ୍କନ କରିଥିଲେ।












Click it and Unblock the Notifications