ସ୍ୱାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏବେ ମିଳିବ କେତେ ଟଙ୍କା
ଭୁବନେଶ୍ୱର: ସ୍ୱାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ୱାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ପାରିଶ୍ରମିକ ପୂର୍ବରୁ 4 ହଜାର ଟଙ୍କା ଥିଲା । ଏବେ ଏହା 6 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପୂର୍ବ ପାରିଶ୍ରମିକଠାରୁ 62.50 ପ୍ରତିଶତ ଅଧିକ । ଏହା ଦ୍ୱାରା ରାଜ୍ୟର 13 ହଜାର ସ୍ୱାବଲମ୍ବୀ କାରିଗର ଉପକୃତ ହେବେ ।

5-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ସ୍ଥାନରୁ ସ୍ବାବଲମ୍ବୀ କାରିଗର ଏବଂ ସେମାନଙ୍କ ପ୍ରତିନିଧିମାନଙ୍କଠାରୁ ପାରିଶ୍ରମିକ ବୃଦ୍ଧି ପାଇଁ ଅନୁରୋଧ ଓ ପ୍ରସ୍ତାବ ଆସିଥିଲା । ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟଜଳ ଯୋଗାଣ ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ଦୁଇ ଜଣ ଲେଖାଏଁ ସ୍ୱାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି । ସେମାନେ ପାଇପଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ନଳକୂଅ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି ।












Click it and Unblock the Notifications