Get Updates
Get notified of breaking news, exclusive insights, and must-see stories!

ସମ୍ବଲପୁରରେ ଗଡ଼ିଲା ମୋ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସମ୍ବଲପୁରରେ ଆହୁରି ସୁଗମ ହେଲା ଯାତାୟତ । ଜିଲ୍ଲାରେ ଗଡ଼ିଲା ମୋ ବସ୍ । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଛି ଲୋକାର୍ପଣ ଉତ୍ସବ । କୃଟ୍ ଅନ୍ତର୍ଗତ ମୋ ବସ୍ ସେବା ସବୁ ବର୍ଗର ଲୋକଙ୍କ ପାଇଁ ବେଶ୍ ସହାୟକ ହେଉଥିବାରୁ ସମ୍ବଲପୁରବାସୀ ଖୁସି ।

mo bus - naveen patnaik

ପ୍ରାରମ୍ଭିକ ପର୍ଯ୍ୟାୟରେ 15 ଟି ବସ୍‌ 4ଟି ବିଭିନ୍ନ ରୁଟ୍‌ରେ ଚଳାଚଳ ଆରମ୍ଭ କରିବ । ସେଥିମଧ୍ୟରେ 9ଟି ସାଧାରଣ ଓ 5 ଟି ଶୀତତାପ ନିୟନ୍ତ୍ରୀତ ବସ୍‌ ରହିଛି । ସମ୍ବଲପୁର ସହରାଞ୍ଚଳ ସହିତ ମହାନଗର ନିମଗ ଅନ୍ତର୍ଗତ ହୀରାକୁଦ, ବୁର୍ଲା ଓ ସାହାଜବାହାଲ ଅଞ୍ଚଳକୁ ଚଳାଚଳ କରି ଯାତ୍ରୀମାନଙ୍କୁ ନିୟମିତ ବ୍ୟବଧାନରେ ସେବା ମିଳିବ । ବସ୍‌ଗୁଡ଼ିକ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍‌ରେ ଯାତ୍ରା କରିବ ।

ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ଥିବା ବସ୍‌ଗୁଡ଼ିକୁ ରୁଟ୍‌ ଅନୁସାରେ ନମ୍ବରିଂ କରାଯାଇଛି । ସେଥିମଧ୍ୟରେ 200 ନମ୍ବର ବସ୍‌ ସିଟି ଷ୍ଟେସନ ଓ କ୍ଷେତରାଜପୁର ରେଳଷ୍ଟେଷନ, 201 ନମ୍ବର ବସ୍‌ ଅଇଁଠାପାଲି ଓ ସହାଜବାହାଲ, 202 ନମ୍ବର ବସ୍‌ ଅଇଁଠାପାଲି ଓ ବୁର୍ଲା ମଧ୍ୟରେ ଏବଂ 203 ନମ୍ବର ବସ୍‌ ଅଇଁଠାପାଲି ଓ ହୀରାକୁଦ ମଧ୍ୟରେ ଚଳାଚଳ କରିବ ।

ସେହିପରି ବ୍ରହ୍ମପୁରରେ ବି ଆରମ୍ଭ ହୋଇଛି ମୋ ବସ୍ ସେବା । ବ୍ରହ୍ମପୁର ହଳଦିଆ ପଦରରେ ନିର୍ମାଣ ହେଇଥିବା ମୋ ବସ ଟର୍ମିନାଲର ଲୋକାର୍ପଣ ଓ ମୋ ବସ ସେବାର ଶୁଭାରମ୍ଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଡେପୁଟି ମେୟର, ଜିଲ୍ଲାପାଳ ଗଞ୍ଜାମ, ପ୍ରମୁଖ ଉପସ୍ଥିତ ଥିଲେ । ମୋଟ 15 ଗୋଟି ବସ ସେବା ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+