ମିଶନଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଗତି ହିଁ ଶକ୍ତି । ସ୍କୁଟର ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳୀ କରିବ । ଓଡ଼ିଶା ପାଇଁ ମାଆମାନେ ଆଣିଛନ୍ତି ନୂଆ ଗତି, ଶକ୍ତି ଓ ପ୍ରଗତୀ । ମିଶନ ଶକ୍ତି ମହିଳା ସଦସ୍ୟାଙ୍କୁ ଉଦବୋଧନ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରେ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରି କହିଛନ୍ତି 'ମହିଳା ସଶକ୍ତିକରଣରେ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ । ମାଆମାନେ ଭଲ କାମ କରୁଛନ୍ତି । 15 ହଜାର ମାଆଙ୍କୁ ସ୍କୁଟର ଦିଆଯାଇଛି । ଆଗାମୀ ଦିନରେ 2 ଲକ୍ଷ ମାଆ ସ୍କୁଟର ପାଇବେ । ବିଏଲଏଫ ଓ ଡିଏଲଏଫଙ୍କ ପାଇଁ ଗାଡ଼ି ବ୍ୟବସ୍ଥା କରାଯାଇଛି । ମିଶନଶକ୍ତି ସ୍କୁଟର ଯୋଜନାରେ 528 କୋଟି ଟଙ୍କାର ସୁଧ ଋଣ ଛାଡ଼ ହେବ ।'
କାର୍ଯ୍ୟକ୍ରମରେ ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, 'ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ 15 ହଜାର ମାଆ ସ୍କୁଟର ନେଇଛନ୍ତି । ଆଗକୁ 2 ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ଏହି ସ୍କୁଟର ମିଳିବ । 2001 ମସିହାରେ ଆରମ୍ଭ ହୋଇଥିଲା ମିଶନ ଶକ୍ତି କାର୍ଯ୍ୟକ୍ରମ । ଘର ଘର ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିଥିଲେ ଏମବିକେ ଓ ବ୍ୟାଙ୍କ ମିତ୍ର ।'
ଆଗକୁ ସେ କହିଛନ୍ତି, 'ସ୍କୁଟର ଆମ ମାଆମାନଙ୍କ ପାଇଁ ଏକ ପ୍ରତୀକ ହୋଇଛି । ଆଶା, ସମ୍ମାନ, ଦକ୍ଷତା ଓ ପରିଚୟର ପ୍ରତୀକ ଏହି ସ୍କୁଟର । 'ଗତି ହିଁ ଶକ୍ତି'କୁ ଦର୍ଶାଇବେ ମାଆ । ବ୍ଲକ ଓ ଜିଲ୍ଲା ଫେଡେରସନକୁ ଆଜି ଗାଡ଼ି ମିଳିବ । ଏହି ଗାଡ଼ିରେ ପଞ୍ଜାୟତ, ଓ୍ୱାର୍ଡ ବୁଲି ମାଆଙ୍କୁ ପ୍ରୋତ୍ସାହିତ କରିବେ ।338 ବ୍ଲକ ଫେଡେରେସନକୁ ଗାଡ଼ି ଦିଆଯିବ । ପଞ୍ଚାୟତ ଫେଡେରେସନ ପାଇଁ ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ବିଲ୍ଡିଂ ପାଇଁ ପ୍ରତି ପଞ୍ଚାୟତକୁ 30 ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି । 2 ଲକ୍ଷ ଗ୍ରୁପକୁ 150 କୋଟିର ସୁଧ ଫେରସ୍ତ କରାଯାଇଛି । ଏସଏଚଜିକୁ ଏସଏମଇରେ ପରିଣତ ପାଇଁ ବଡ଼ ସହାୟକ ହେବ । ମିଶନ ଶକ୍ତି ମହିଳା ଘରୁ ବାହାରି ନିଜର ପରିଚୟ ସୃଷ୍ଟି କରିବେ । ନୂଆ ଓଡ଼ିଶା ଗଠନରେ ମିଶନ ଶକ୍ତି ମହିଳା ହେବେ ସାରଥି । ନୂଆ ଓଡ଼ିଶା ଗଠନରେ ସ୍କୁଟର ଏକ ପ୍ରତୀକ ।'












Click it and Unblock the Notifications