Get Updates
Get notified of breaking news, exclusive insights, and must-see stories!

ଉଦଘାଟିତ ହେଲା ମନ୍ମଥ-ମନୋଜ ସ୍ମୃତି ପୀଠ, ବାଲେଶ୍ୱରରେ 2200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥ ନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳ ପାଲଟିଛି ଐତିହ୍ୟ ସ୍ମାରକୀ । ଏହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ସଂଖାରୀରେ ପ୍ରତିଷ୍ଠା ହୋଇଛି ମନ୍ମଥ-ମନୋଜ ସ୍ମୃତି ପୀଠ ।

ଏଠାରେ ମନ୍ମଥନାଥ ଦାସ ଓ ମନୋଜ ଦାସଙ୍କ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଲିଖିତ ପୁସ୍ତକକୁ ସାଇତି ରଖାଯାଇଥିବା ବେଳେ ମନୋଜ ଦାସଙ୍କ ବିଭିନ୍ନ କାହାଣୀକୁ ନେଇ କାନ୍ଥରେ ସୁନ୍ଦର ଫଟୋଚିତ୍ର ଲଗାଯାଇଛି । ଏହାଛଡ଼ା ଦୁଇ ବରପୁତ୍ରଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସହିତ ସୁନ୍ଦର ମହମ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।

Naveen Patnaik

ଏହା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବାଲେଶ୍ୱର ଜିଲ୍ଲାରେ 2200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି । ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି ବୋଲି ସେ କହିଥିଲେ । ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ 'ଲାଭ' ଯୋଜନାର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଲେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ସେ କହିଥିଲେ ଯେ 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ସେ ଆଜି ଜିଲ୍ଲାରେ 2200 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍‌ ସେବାର ମଧ୍ୟ ଶୁଭାରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍‌ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି ବୋଲି ସେ କହିଥିଲେ । ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଥିଲେ ଯେ ଆଜି ବାଲେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ । ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟସରକାରଙ୍କ ପ୍ରତିବଦ୍ଧାତା ଆଜି ବାଲେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି । ଭୁବନେଶ୍ୱର ଏବଂ ପଣ୍ଡିଚେରିରୁ ସଂଗୃହିତ ହୋଇଛି ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସାମଗ୍ରୀ । ଆଗାମୀ ଦିନରେ ଏହା ବହୁ ସାହିତ୍ୟିକ, ଗବେଷକଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ ହେବ ।

କାର୍ଯ୍ୟକ୍ରମରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସଦସ୍ୟା ଶ୍ରୀମତୀ ରଞ୍ଜିତା ଦାସ କହିଥିଲେ ଯେ ବାଲେଶ୍ୱର ମାଟିର ଏହି ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଆମେ ପରିବାର ସଦସ୍ୟ ତାଙ୍କ ପାଖରେ କୃତଜ୍ଞ । ରାଜ୍ୟ ସରକାରଙ୍କ 16 କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଅଶେଷ ଧନ୍ୟବାଦ ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+