Get Updates
Get notified of breaking news, exclusive insights, and must-see stories!

କଳାହାଣ୍ଡିରେ ଗଡ଼ିଲା ‘ଲକ୍ଷ୍ମୀ', ୟୁନିଭର୍ସିଟି ନାଁ ହେଲା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ

କଳାହାଣ୍ଡି: ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି । ଜିଲ୍ଲାରେ ସୁଗମ ହେଲା ଯାତାୟତ । ଗାଁ ରୁ ଜିଲ୍ଲାକୁ ଗଡ଼ିଲା ଲକ୍ଷ୍ମୀ ବସ୍ ।

କଳାହାଣ୍ଡି ଜିଲ୍ଲାରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡ଼ା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ପାଇଁ 1200 କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen patnaik- LAccmi Bus

ଏହା ସହ କଳାହାଣ୍ଡି ୟୁନିଭର୍ସିଟିର ନାଁ ପରିବର୍ତ୍ତନ ନେଇ କରିଛନ୍ତି ଘୋଷଣା । ୟୁନିଭର୍ସିଟି ନାଁ ହେଲା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ । ଏ ନେଇ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ସମାରୋହରେ ଘୋଷଣା କରିଛନ୍ତି ନବୀନ ।

ଜିଲ୍ଲାରେ ଗାଁ ରୁ ସହର ଓ ଜିଲ୍ଲାକୁ ସୁବିଧାରେ ଯାତାୟତ ନେଇ ରାଜ୍ୟ ସରକାର ଶୁଭାରମ୍ଭ କରିଛନ୍ତି ଲକ୍ଷ୍ମୀ ବସ୍ ଯୋଜନା । ଗାଁ କୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ ।

କମ୍ ପଇସାରେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ଲୋକେ । ଏଣିକି ଗୋଟିଏ ସ୍ଥାନରୁ ଅନ୍ୟଏକ ସ୍ଥାନକୁ ଯିବା ପାଇଁ ଲୋକଙ୍କ ପାଖରେ ରହିବ ଶକ୍ତି ଓ ସାମର୍ଥ୍ୟ । ଯେଉଁ ଜିଲ୍ଲା ଅପହଞ୍ଚ ଜିଲ୍ଲା ଭାବେ ପରିଚିତ ଥିଲା, ସେହି ଜିଲ୍ଲାରେ ଏବେ ବିକାଶର ବସ୍ ଗଡିବ । ସବୁଠୁ ବଡ କଥା ହେଉଛି ଏହି ଲକ୍ଷ୍ମୀ ବସକୁ ସଫଳ କରିବାରେ ବଡ ଭୂମୀକା ଗ୍ରହଣ କରିବେ ପ୍ରତ୍ୟେକ ଗ୍ରାମପଞ୍ଚାୟତର ମହିଳା । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଅନେକ ସୁବିଧା ମିଳିବ । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ସାମଗ୍ରୀ ନେବା ଆଣିବା କରିବାରେ ବ୍ୟବସାୟୀଙ୍କୁ ଏଣିକି କୌଣସି ସମସ୍ୟା ହେବନି ।

ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଯାହାକି ଓଡ଼ିଶାର ବିକାଶକୁ ଆହୁରି ଉଜ୍ବଳ କରିବ । ସୁଲଭ ଦର, ସହଜ ଯାତାୟାତ ଏବଂ ଅତ୍ୟାଧୁନିକ ବସ ସେବାକୁ ନେଇ ଉତ୍ସାହିତ ଅଛନ୍ତି ଗ୍ରାମାଞ୍ଚଳ ବାସିନ୍ଦା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+