କ୍ରୀଡ଼ା ଜଗତରେ ଲେଖାହେଲା ନୂଆ ଅଧ୍ୟାୟ, 660 କୋଟିର କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଲା ଓଡ଼ିଶା । 660 କୋଟି ଟଙ୍କାର କ୍ରୀଡ଼ା ଭିତ୍ତିଭୂମି ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ଆଜି ଉଦଘାଟିତ ହୋଇଛି । ଏହାସହ ସୁନ୍ଦରଗଡ଼ ଜିଲ୍ଲାର 10ଟି ସ୍ଥାନରେ ନିର୍ମିତ ହକି ପ୍ରଶିକ୍ଷଣ କେନ୍ଦ୍ର ଓ ବୀରମିତ୍ରପୁରରେ ନିର୍ମିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen Patnaik-sports complex

ରାଜ୍ୟରେ 48ଟି ଇଣ୍ଡୋର ଷ୍ଟାଡିୟମ ଓ 12ଟି ହକି ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇଣ୍ଡୋର ହଲର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

660 କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା କ୍ରୀଡା ଭିତ୍ତିଭୂମିର ଉଦଘାଟନ କରି କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ରହିଛି । ଏଥିରେ ଟେବୁଲ୍ ଟେନିସ, ଜିମ, ଓ୍ବୈଟ ଲିଫଟିଂ, ଯୋଗ କକ୍ଷ, ବ୍ୟାୟମଶାଳା, ଜିମ୍ନାଷ୍ଟିକ ଉପକରଣ ଓ ଅତ୍ୟାଧୁନିକ ଶୌଚାଳୟ ସୁବିଧା ରହିଛି । ବିଶ୍ଵର ସର୍ବ ବୃହତ ହକି ଷ୍ଟାଡିୟମ ନିକଟରେ ନିର୍ମିତ ହୋଇଛି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଓ ଜିମ଼ନାଷ୍ଟିକ ଏକାଡେମୀ ।

କଟକ ଟେବୁଲ ଟେନିସ ଏକାଡେମୀ, ରାଉରକେଲା ଜିମ୍ନାଷ୍ଟିକ ଏକାଡେମୀ, ଭବାନୀପାଟଣା ବହୁମୁଖୀ ଇନଡୋର ହଲର ଉଦଘାଟନ ସହ ଦେବଗଡ଼ରେ ହକି ପ୍ରଶିକ୍ଷଣ କେନ୍ଦ୍ର, କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ମହିଳା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ର, ରେମୁଣା, ବାଲିଗୁଡ଼ା, କରଞ୍ଜିଆ ଓ ଟିଟିଲାଗଡ଼ରେ ବହୁମୁଖୀ ଇନଡୋର ଷ୍ଟାଡିୟମ, ଭଦ୍ରକରେ ଇନଡୋର ସୁଇମିଂ ପୁଲ୍ ଓ କଟକରେ ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+