ଓଡ଼ିଶା ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, ଲୋକାର୍ପିତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟ ସୌଧ
ସତ୍ୟବାଦୀ: ଓଡ଼ିଶାର ଇତିହାସରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଲୋକାର୍ପିତ ହେଲା ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ ବିଲ୍ଡିଂ । ଏହା ସହ ପୂରଣ ହୋଇଛିବ କୋଟିକୋଟି ଓଡ଼ିଆଙ୍କର ସ୍ୱପ୍ନ ।
ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଏହି ଉଦଘାଟନୀ ସଭାରେ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଓଡିଆ ଭାଷାର ଗାରିମା ବିଷୟରେ ଆଲୋକପାତ କରିଛନ୍ତି ।

ଏହି ଅବସରରେ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର ବରପୁତ୍ରମାନଙ୍କୁ ମଧ୍ୟ ସ୍ମରଣ କରିଛନ୍ତି । ଏହା ସହ ଫେବୃଆରୀ 3 ତାରିଖରେ ଆୟୋଜିତ ହେବାକୁ ଯାଉଛି ଓଡିଆ ଭାଷା ସମ୍ମିଳନୀ, ଯାହା ସାରା ଓଡିଆ ଜାତି ପାଇଁ ଗୌରବର କଥା । ଭାଷା ଗୋଟିଏ ଜାତିର ଅସ୍ମିତାର ପରିଚୟ । ଏହାକୁ ଯେତେ ଅଧିକ ବ୍ୟବହାର କରିବା ଏହା ସେତେ ସମୃଦ୍ଧ ହେବ । ଏହି ଦିଗରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଏକ ବଡ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରାୟ 9 ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି । ଏଥିରେ ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି କରାଯାଇଛି । ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି । କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଲେଖା ଦେଖିବାକୁ ମିଳିବ । ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜି ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି ।
ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କ୍ୟାମ୍ପସକୁ ପାଣ୍ଡିଆନଙ୍କ ଲଗାତାର ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
ବକୁଳ ବନରେ ଦୀର୍ଘ 4 ବର୍ଷ ପୂର୍ବରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟର ଭିର୍ତ୍ତି ସ୍ଥାପନ କରିଥିଲେ ରାଜ୍ୟ ସରକାର । ଏହାରି ଭିତରେ ପ୍ରଥମ ପର୍ଯ୍ୟାୟରେ 9 ଏକର ଜମିରେ 30 କୋଟି ଟଙ୍କା ବିନିମୟ ରେ ସମ୍ପୂର୍ଣ ହୋଇଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ସୁନ୍ଦର ଆଲୋକୀକରଣ ସୁନ୍ଦର ପରିବେଶ ସହିତ ଓଡ଼ିଆ ଭାଷା ବିକାଶର ଗାଥା କୁ ଲିପି ବଧ ହୋଇଛି ଏହି ବିଶ୍ୱ ବିଦ୍ୟାଳୟ ର କାନ୍ଥ ବାଡ଼ରେ ।
ଓଡ଼ିଆ ଭାଷା ବିକାଶ, ଓଡ଼ିଆ ଭାଷା ବିଜ୍ଞାନ ବିଭାଗ, ଆଦିବାଦୀ ଭାଷା ଐତିହ୍ୟ ଭଳି 3 ଟି ବିଭାଗରେ 24 ଟି ଲେଖାଏଁ ସିଟ ରହିଥିବା ବେଳେ ପ୍ରଥମ ବର୍ଷ ଏହି ତିନି ବିଭାଗରୁ 72 ଜଣ ଛାତ୍ର ଛାତ୍ରୀ ନାମ ଲେଖାଇ ଅଧ୍ୟୟନ ଆରମ୍ଭ କରୁଛନ୍ତି ।












Click it and Unblock the Notifications