Get Updates
Get notified of breaking news, exclusive insights, and must-see stories!

ଆକାଶ ମାର୍ଗରେ ଯୋଡ଼ି ହେଲା ମାଲକାନଗିରି, ଉଦଘାଟିତ ହେଲା ବିମାନ ବନ୍ଦର

ମାଲକାନଗିରି: ଉପାନ୍ତ ଅଞ୍ଚଳରୁ ଉଡ଼ିବ ବିମାନ । ଆଜି ମାଲକାନଗିରି ବିମାନ ବନ୍ଦର ଲୋକାର୍ପଣ ହୋଇଛି । ଏହା ପରେ ଆକାଶ ମାର୍ଗରେ ଯୋଡ଼ି ହୋଇଛି ମାଲକାନଗିରି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିମାନବନ୍ଦରରେ ଅବତରଣ କରି ଏହାର ଲୋକାର୍ପଣ କରିଛନ୍ତି । ଏଠାରୁ ପ୍ରଥମେ ନନ୍ ସିଡ୍ୟୁଲ୍ ବା କମର୍ସିଆଲ ବିମାନ ଉଡାଣ ଭରିଛି ।

malkangiri airport

ଭବିଷ୍ୟତରେ ଏହାକୁ 3000 ମିଟର ଯାଏଁ ସମ୍ପ୍ରସାରଣକରାଯିବାର ମଧ୍ୟ ଯୋଜନା ରହିଛି । ଏହା ପରେ ଡିଜସିଏଙ୍କ ଅନୁମତି ପରେ ଯାତ୍ରୀବାହୀ ବିମାନ ଉଡାଣ ଭରିବ ବୋଲି ସୂଚନା ରହିଛି ।

2018 ମସିହାରେ ଗୁରୁପ୍ରିୟା ସେତୁର ଲୋକାର୍ପଣ ପରେ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଏବଂ ବର୍ତ୍ତମାନ ଆକାଶ ମାର୍ଗରେ ଯୋଡି ହୋଇଛି ଉପାନ୍ତ ଅଞ୍ଚଳ । ପ୍ରାୟ 233 ଏକର ଅଞ୍ଚଳରେ ନିର୍ମିତ ବିମାନ ବନ୍ଦରରେ 1620 ମିଟର ଇନଟୁ 30 ମିଟର ରନଓ୍ବେ ନିର୍ମାଣ ହୋଇଛି । 70 କୋଟି ଟଙ୍କା ବ୍ୟୟରେ ଏହି ବିମାନ ବନ୍ଦରର ଉନ୍ନତିକରଣ ହୋଇଛି ।

ଏଠାରେ ମଧ୍ୟମ ବର୍ଗର ଉଡାଜାହାଜ ଅବତରଣ କରିପାରିବା ସୁବିଧା ରହିଛି । ବିମାନ ବନ୍ଦରର ସମସ୍ତ ନିର୍ମାଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି । ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତ୍କେଲା, ରାଉରକେଲା ଓ ରଙ୍ଗେଇଲୁଣ୍ଡା ପରେ ଆକାଶ ପଥରେ ଯୋଡି ହୋଇଛି ମାଲକାନଗିରି । ବିମାନ ସେବା ଆରମ୍ଭ ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବ । ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବା ସହ ଲୋକଙ୍କୁ କର୍ମନିଯୁକ୍ତି ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+