ଆଦିବାସୀ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟ ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଭୁବନେଶ୍ୱର ୟୁନିଟ୍ -1 ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର : ରାଜ୍ୟ ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା । ଭୁବନେଶ୍ୱର ୟୁନିଟ୍ -1 ପଡ଼ିଆରେ ରାଜ୍ୟସ୍ତରୀୟ ଆଦିବାସୀ ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ । ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ମଧ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଏହି ମେଳା 15 ଦିନ ଧରି ଚାଲିବ ।
ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କରାଯାଇଛି । ଚଳିତ ଥର 10 ଟି ଆଦିବାସୀ ଗ୍ରାମ ସମେତ 121 ଷ୍ଟଲରେ ଜନଜାତି ମାନେ ସେମାନଙ୍କ କଳା ସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ । ମେଳା ପରିସରରେ ଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଅପରାହ୍ନ 2.30 ରୁ ରାତି 9 ଟା ପର୍ଯ୍ୟନ୍ତ ମେଳା ବୁଲ୍ ଦେଖିପାରିବେ ଲୋକ ।
ଆଦିବାସୀ ଦେଶୀ ଖାଦ୍ୟ ସହ ଆଦିବାସୀ ପରମ୍ପରା ବିଷୟରେ ଜାଣିବାକୁ ମିଳିବ ଏକ ସୁଯୋଗ । ସହରୀଙ୍କୁ ଆଦିବାସୀ ଝାଟିମାଟି କୁଡ଼ିଆ, ଚଳଣି, ପରମ୍ପରା ଓ ଗୃହ ଉପକରଣ ଆକର୍ଷିତ କରିବ ।












Click it and Unblock the Notifications