Get Updates
Get notified of breaking news, exclusive insights, and must-see stories!

ସ୍ୱାସ୍ଥ୍ୟକ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ, 5 ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ସଫଳତାର ପାହାଚ ଚଢିଲା ଓଡ଼ିଶା । ରାଜ୍ୟରେ ରୋଗୀ ସେବା ଯୋଗାଇବେ 5 ଟି ମେଡିକାଲ କଲେଜ ଓ ହସ୍ପିଟାଲ । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟରେ 5 ଟି ମେଡିକାଲ୍ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

medical college inaugurate

ଏହି ଅବସରରେ ସୁନ୍ଦରଗଡ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପରିସରରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଏବେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ଜନସାଧାରଣ ଉନ୍ନତମାନର ଚିକିତ୍ସା ସେବା ପାଇ ପାରିବେ । 500 ଶଯ୍ୟା ବିଶିଷ୍ଟ ଏହି ମେଡିକାଲ୍ କଲେଜକୁ ଆଧୁନିକ ଭିତ୍ତିଭୂମିରେ ନିର୍ମାଣ କରାଯାଇଛି । ଏହା ଦ୍ୱାରା ସୁନ୍ଦରଗଡ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟର ଲୋକମାନେ ମଧ୍ୟ ଉପକୃତ ହେବେ ।

ଏହା ସହ ବଲାଙ୍ଗୀର ଜିଲ୍ଲାରେ 650 ଶଯ୍ୟା ବିଶିଷ୍ଟ ଭୀମ ବୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦାରେ 650 ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦୁଝରର 500 ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରରେ 650 ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ହୋଇଛି ।

ସେହିପରି କଟକ AHPGICର ସମ୍ପ୍ରସାରଣ, ବ୍ରହ୍ମପୁର ଏମକେସିଜି MC ଆଣ୍ଡ Cର ସମ୍ପ୍ରସାରଣ, ବୁର୍ଲା VIMSARର ସମ୍ପ୍ରସାରଣ, ରାଉରକେଲା ସରକାରୀ ଡାକ୍ତରଖାନା ସଂପ୍ରସାରଣ କାମର ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

2014 ମସିହାରେ ଏନଟିପିସି ପକ୍ଷରୁ 417.77 କୋଟି ଟଙ୍କା ବ୍ୟୟରେ ସୁନ୍ଦରଗଡ଼ ଠାରେ 21 ଏକର ଜମିରେ ଏକ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ମେଡିକାଲ କଲେଜ ଓ ହସ୍ପିଟାଲରେ 113 ଜଣ ଡାକ୍ତର ଓ 190 ରୁ ଅଧିକ ନର୍ସ ରହିଛନ୍ତି । ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଉପରେ ସୁନ୍ଦରଗଡ଼ ଜିଲ୍ଲା ସହିତ ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡର ଲୋକେ ନିର୍ଭର କରିଥାନ୍ତି । ସରକାରୀ କଲେଜ ଓ ହସ୍ପିଟାଲ ଉଦଘାଟନ ହେବା ପରେ ଅଧିକ ଲୋକେ ଉପକୃତ ହୋଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+