ଓଡ଼ିଆ ତାରକା କିଶୋରଙ୍କୁ ଦେଢ କୋଟିର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଏସିଆନ ଗେମ୍ସ ଜାଭଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ଦେଶ ତଥା ରାଜ୍ୟର ମାନ ବଢାଇଥିବା ଓଡ଼ିଆ ତାରକା କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଏହା ସହ ଦେଢ଼ କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ଏପରିକି ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଅଭିନନ୍ଦନ ଜଣାଇବା ସହ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନିକଟରେ କିଶୋର ଏସିଆନ ଗେମ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ 87.54 ମିଟର ଥ୍ରୋ କରିବା ସହ ରୌପ୍ୟ ପଦକ ହାସଲ କରିଥିଲେ । କିଶୋର ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଐତିହାସିକ ସଫଳତା ପାଇଁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନାଯୋଗ୍ୟ, ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭଲିନ୍ ତାରକା ଉଦାହରଣ ପାଲଟିଛନ୍ତି । କିଶୋର ପ୍ୟାରିସ ଅଲିମ୍ପିକ୍ସ 2024 ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି ।












Click it and Unblock the Notifications