Get Updates
Get notified of breaking news, exclusive insights, and must-see stories!

ବାହୁଡ଼ା ଯାତ୍ରୀ ବେଳେ ତ୍ରିପୁରା ଅଘଟଣରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗତକାଲି ବାହୁଡ଼ା ଯାତ୍ରା ସମୟରେ ତ୍ରିପୁରାର କୁମାରଘାଟ ଅଞ୍ଚଳରେ ହୋଇଥିବା ଅଘଟଣରେ 7 ଜଣଙ୍କ ପ୍ରାଣହାନୀରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

Naveen patnaik

ସୂଚନା ଥାଉକି, ଗତକାଲି ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ତ୍ରିପୁରାରେ ରଥରେ ବିଦ୍ୟୁତ୍ ଆଘାତ ଲାଗିବାରୁ 7 ଜଣଙ୍କ ଦେହାନ୍ତ ହୋଇଛି 18 ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତ୍ରିପୁରାର ଉନାକୋଟି ଜିଲ୍ଲାରେ ଘଟିଛି ଏପରି ଘଟଣା ।

ଲୁହାରେ ନିର୍ମିତ ବିଶାଳ ରଥକୁ ହଜାର ହଜାର ଲୋକ ଟାଣୁଥିଲେ । ଏହି ସମୟରେ ଲୁହାରଥର କିଛି ଅଂଶ ସଡକ କଡରେ ଯାଇଥିବା ହାଇଭୋଲଟେଜ ଇଲେକ୍ଟ୍ରି ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ରଥରେ ନିଆଁ ଲାଗିବା ସହ ରଥଟି ଚାର୍ଜ ହୋଇଯାଇଥିଲା । ଏହାଦ୍ୱାରା ଘଟଣା ସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 18ରୁ ଅଧିକ ଭକ୍ତ ଗୁରୁତର ଆହାତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+