ପୂର୍ବତନ ରାଜ୍ୟପାଳ ଏମ୍ଏମ୍ ରାଜେନ୍ଦ୍ରନଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏମ୍‌ଏମ୍‌ ରାଜେନ୍ଦ୍ରନ୍‌ଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

MM rajendran-Naveen Patnaik

ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ 'X'ରେ ଶ୍ରୀ ପଟ୍ଟନାୟକ କହିଛନ୍ତି, 'ଅମଲା କର୍ମଚାରୀ ଭାବରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ତାଙ୍କୁ ଜଣେ ଭଲ ପ୍ରଶାସକ କରିପାରିଥିଲା । ଜନସାଧାରଣଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ତାଙ୍କର ଅମର ଆତ୍ମାକୁ ଶାନ୍ତି ମିଳୁ ।'

ସୂଚନାଥାଉକି, ଚେନ୍ନାଇର ଆପୋଲ ସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 88 ବର୍ଷ ହୋଇଥିଲା । ଏମ ଏମ ରାଜେନ୍ଦ୍ରନ 1957 ବ୍ୟାଚ ଆଇଏଏସ ଟପ୍ପର ଥିଲେ । ପରେ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ସମ୍ବାଳି ଥିଲେ । ପରେ 1999 ମହାବାତ୍ୟା ପରେ ପରେ ଓଡ଼ିଶା ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । 1964 ଧନୁଶଖୋଲି ବାତ୍ୟା ସମୟରେ ସେ ରାମନାଥପୁରମର ଜିଲ୍ଲାପାଳ ଥିଲେ ଏବଂ ବାତ୍ୟା ମୁକାବିଲା କରିବାରେ ତାଙ୍କର ଅନୁଭୂତି ରହିଥିଲା । ସେହି ଅନୁଭୂତି ତାଙ୍କୁ ବାତ୍ୟା ବିଧ୍ୱସ୍ତ ଓଡ଼ିଶାକୁ ସଜାଡିବାରେ ସାହାଯ୍ୟ କରିଥିଲା ।

ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ମହାବାତ୍ୟା ପରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ଏବଂ ଚିରାଚରିତ ରାଜ୍ୟପାଳ ନ ହୋଇ ବାତ୍ୟା କ୍ଷତିଗ୍ରସ୍ତ ରାଜ୍ୟକୁ ସମ୍ବାଳିବା ପାଇଁ ଆଗେଇ ଆସିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ସହଯୋଗ କରିବାକୁ କହିଥିଲେ ।

ରାଜେନ୍ଦ୍ରନ ଓଡିଶାର ରାଜ୍ୟପାଳ ଥିବା ସମୟରେ ନିଜର ପୂର୍ଣ୍ଣ କାର୍ଯ୍ୟକାଳରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କ ସହ ଉତ୍ତମ ସମନ୍ଵୟ ରଖି କାମ କରିଥିଲେ । ସେ ୟୁନିସେଫର କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଏବଂ ନ୍ୟୁୟର୍କରେ ଏହାର କାର୍ଯ୍ୟକ୍ରମ କମିଟିର ଉପାଧ୍ୟକ୍ଷ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+