1152 ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍କି ପାଇଲେ ନୂଆ ଅଧ୍ୟାପକ, ଅଫିସର ଓ କର୍ମଚାରୀ । ଆଜି 1152 ଜଣ ଅଧ୍ୟାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ।

Naveen patnaik

ଏଥିରେ 977 ଜଣ ଅଧ୍ୟାପକ, 87 ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, 57 ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର 21 ଜଣ କର୍ମଚାରୀ ଅଛନ୍ତି । ନିଜ ନିଜ ଚାକିରି କ୍ଷେତ୍ରରେ 5T ଉପକ୍ରମରେ ଲୋକଙ୍କ ସେବା କରିବାକୁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଅଧ୍ୟାପକ ଓ ଅଫିସରଙ୍କ ପ୍ରତିଭା, ପ୍ରତିଶ୍ରୁତି ଓ କଠିନ ପରିଶ୍ରମ ନିଜ ଚାକିରି କ୍ଷେତ୍ରରେ ଅଧିକ ଫଳବତୀ ହୋଇପାରିବ ।

5T ଉପକ୍ରମରେ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । 5T ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ୱଚ୍ଛତାର ସହ କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚିପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ୟର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+