Get Updates
Get notified of breaking news, exclusive insights, and must-see stories!

ଶେରଗଡ଼କୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ଶେରଗଡ ଗ୍ରାମପଞ୍ଚାୟତକୁ ମିଳିଲା ଏନଏସି ମାନ୍ୟତା । ଏ ନେଇ ଘୋଷଣା କେଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଗସ୍ତ ସମୟରେ ଶେରଗଡ଼କୁ ଏନଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Naveen patnaik

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ସହଯୋଗରେ ହିଞ୍ଜିଳି ଶେରଗଡ ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀ ହୋଇପାରିଛି । ବିକାଶ କ୍ଷେତ୍ରରେ ହିଞ୍ଜିଳି ଶେରଗଡ ଦେଶର ଶ୍ରେଷ୍ଠ ବ୍ଲକ ଭାବେ ନୂତନ ପରିଚୟ ହାସଲ କରିଛି । ହିଞ୍ଜିଳି ଶେରଗଡର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ଓ ଜମିକୁ ଜଳସେଚନ କରାଯାଉଛି । ଆପଣଙ୍କ ଆଶୀର୍ବାଦ ମୋତେ ଓଡ଼ିଶାର ସେବା କରିବାକୁ ଶକ୍ତି ଓ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସବୁବେଳେ ହିଞ୍ଜିଳି ଶେରଗଡବାସୀଙ୍କ ପାଖରେ ଋଣୀ ।

ଏହାସହ ଶେରଗଡ ନିର୍ବାଚନମଣ୍ଡଳୀରେ 300 କୋଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି, 5-ଟି ବ୍ୟବସ୍ଥାରେ ରୂପାନ୍ତରଣ କାର୍ଯ୍ୟକ୍ରମ ହିଞ୍ଜିଳି ଶେରଗଡରୁ ଆରମ୍ଭ ହୋଇଥିଲା । ମା' ତାରାତାରିଣୀଙ୍କ ମନ୍ଦିର ନୂଆ ରୂପ ନେଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପର ରୂପାନ୍ତରଣ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି । ଏବେ ରାଜ୍ୟର 8000 ଅଧିକ ସ୍କୁଲର ରୂପାନ୍ତରଣ କାମ ଶେଷ ହୋଇଛି । ଲୋକଙ୍କ ଖୁସି ମୋତେ ବହୁତ ଆନନ୍ଦ ଦେଇଛି । ଖୁବଶୀଘ୍ର ହସ୍ପିଟାଲ ରୂପାନ୍ତରଣ କାମ ଆରମ୍ଭ ହେବାକୁ ଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+