ସୁନ୍ଦରଗଡ଼କୁ ନୂଆବର୍ଷ ଭେଟି ! ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ହେବ ଡିଗ୍ରୀ କଲେଜ
ସୁନ୍ଦରଗଡ଼: ସୁନ୍ଦରଗଡ଼କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ । ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ହେବ । ଏହାକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦିନିଆ ସୁନ୍ଦରଗଡ଼ ଗସ୍ତ ଅବସରରେ ଗୁରୁବାର 5ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏ ନେଇ ସୂଚନା ଦେଇଛନ୍ତି ।

ଗତ ମାର୍ଚ୍ଚ 12 ତାରିଖରେ ବୀରମିତ୍ରପୁର ଆସିଥିଲେ 5ଟି ଅଧ୍ୟକ୍ଷ । ସେ ସମୟରେ ନୂଆଗାଁ ଓ କୁଆଁରମୁଣ୍ଡା ବ୍ଲକରେ ସରକାରୀ ଡିଗ୍ରୀ କଲେଜ ଖୋଲିବାକୁ ଦାବି ହୋଇଥିଲା । ଗୋଟିଏ ନିର୍ବାଚନମଣ୍ଡଳୀରେ ଦୁଇ ଦୁଇଟି ସରକାରୀ କଲେଜ ଖୋଲାଯିବ । ସେହିପରି ଦରଖାସ୍ତ ଦେଇଥିବା ଲୋକ 10 ଦିନ ଭିତରେ ସେମାନଙ୍କ ସମସ୍ୟା ସମାଧାନ ନେଇ ଉତ୍ତର ପାଇବେ । ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବିଏସକେୱାଇ ଆରମ୍ଭ କରିଛନ୍ତି । ଗ୍ରାମାଞ୍ଚଳରେ କିଛି ଲୋକ ବିଏସକେଓ୍ବାଇ କାର୍ଡ ପାଇନାହାଁନ୍ତି । ସେମାନଙ୍କୁ ବିଏସକେଓ୍ବାଇ ନବୀନ ହେଲଥ କାର୍ଡ ପାଇଁ 6-16 ମଧ୍ୟରେ ପଂଜୀକରଣ କରିବାକୁ 5T ଅଧ୍ୟକ୍ଷ କହିଛନ୍ତି । ଫେବ୍ରୁଆରୀ ଶେଷ ସୁଦ୍ଧା ସୁନ୍ଦରଗଡ଼ରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ହେବ । ପ୍ରତି ପଞ୍ଚାୟତକୁ ଗଡ଼ିବ ସରକାରୀ ବସ ।
ମାର୍ଚ୍ଚ 12 ତାରିଖରେ ସେ ରାଜଗାଙ୍ଗପୁର ଆସିଥିଲେ । ସେତେବେଳେ ନେଇଥିବା ପ୍ରାୟ 40 ଟି ଦରଖାସ୍ତରୁ 35 ଟିର ସମାଧାନ ହୋଇସାରିଛି । 90 ପ୍ରତିଶତ ଦରଖାସ୍ତ ପାଇଁ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଗାଙ୍ଗପୁରରେ ରେଲଓ୍ବେ ଓଭରବ୍ରିଜ ପାଇଁ ଦୀର୍ଘଦିନର ଦାବି ଥିଲା । 15ବର୍ଷ ହେଲା କାମ ପଡି ରହିଥିଲା । ଏନେଇ ଜଣାଇବା ପରେ ରେଲଓ୍ବେ ଓଭରବ୍ରିଜ କାମ ଆରମ୍ଭ ହୋଇଛି । ଏଥିପାଇଁ 48 କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।
ବେଦବ୍ୟାସ ମନ୍ଦିରର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ 14 କୋଟି 50 ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ସେହିପରି ସାବିତ୍ରୀ ଦେବୀ ମହିଳା ମହାବିଦ୍ୟାଳୟ, ଡାଲମିୟା କଲେଜ ଓ ବେଦବ୍ୟାସ ମହାବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟିଏ 25 ଲକ୍ଷ ଲେଖାଏଁ ମଂଜୁର କରାଯାଇଛି । ରାଜଗାଙ୍ଗପୁରର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକୁ 5Tରେ ସାମିଲ କରି ରୂପାନ୍ତରଣ ପାଇଁ ଟଙ୍କା ମଂଜୁର ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ସବୁ କାମ ସରିବ । କେବଳ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ଶହେ କୋଟିରୁ ଅଧିକ ଟଙ୍କା ମଂଜୁର କରିଛନ୍ତି ।












Click it and Unblock the Notifications