Get Updates
Get notified of breaking news, exclusive insights, and must-see stories!

ମୁକ୍ତା ଯୋଜନାରେ 10 ଜିଲ୍ଲାର 37 ସ୍ଥାନୀୟ ସଂସ୍ଥାକୁ 423 କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Naveen patnaik

ଭୁବନେଶ୍ୱର: ରାଜ୍ୟସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା । ଏହା ଅଧିନରେ ଆର୍ଥିକ ବର୍ଷ 2023-24 ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 423.84 କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।

10 ଜିଲ୍ଲାର 37 ସ୍ଥାନୀୟ ସଂସ୍ଥାକୁ ଦିଆଯାଇଛି ମୋଟ 423.87 କୋଟି ଟଙ୍କା । ଦୁଇଟି ପର୍ଯ୍ୟାୟରେ 30 ଟି ଜିଲ୍ଲା ପରିସରଭୁକ୍ତ କରାଯିବ । ପ୍ରଥମ ପର୍ଯ୍ୟାୟରେ 10 ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧାର 37 ULBକୁ ଅର୍ଥ ମଞ୍ଜୁର କରାଯାଇଛି ।

ଗତ ଦୁଇ ତାରିଖରେ 10 ଜିଲ୍ଲାର 37 ULBଙ୍କ ସହ କଥା ହୋଇଥିଲେ 5T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ ଆଲୋଚନା କରିଥିଲେ । ସହରରେ ମିନି ପାର୍କ, ଜଳବାୟୁ, ଖେଳ ପଡିଆ, ପିଲାଙ୍କ ପାର୍କ, ଓ୍ୱାକିଂ ଟ୍ରାକ୍, ଭେଣ୍ଡିଂଜୋନ ଆଦି ସାର୍ବଜନୀନ ଉପଯୋଗୀ କାର୍ଯ୍ୟ ହେବ । ଯୋଜନାର ସମସ୍ତ ପ୍ରକଳ୍ପ ମିଶନ ଶକ୍ତି ଦ୍ୱାରା କାର୍ଯ୍ୟକାରୀ ହେବ ।
ଏହି ସମସ୍ତ ପ୍ରକଳ୍ପ ସିଧାସଳଖ ମିଶନ ଶକ୍ତି ପ୍ରକଳ୍ପ ଦ୍ୱାରା କାର୍ଯ୍ୟକାରୀ ହେବ । 2020 ମସିହା ଅପ୍ରେଲ 18 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ସହରାଞ୍ଚଳର ଗରିବ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଏହି ଯୋଜନା ଆରମ୍ଭ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+