୧୨ ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ବିନିଯୋଗ ହେବ ୮୪,୯୧୮.୭୫ କୋଟି, ସୃଷ୍ଟି ହେବ ୪୨,୨୮୧ ନିଯୁକ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥିରେ ୮୪,୯୧୮.୭୫ କୋଟି ପୁଞ୍ଜି ବିନିଯୋଗ ହେବ । ଏହି ପ୍ରକଳ୍ପଗୁଡିକ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ୪୨,୨୮୧ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଏହି ବୃହତ ପୁଞ୍ଜି ବିନିଯୋଗ ପୋଷାକ ଏବଂ ବସ୍ତ୍ର, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିୟା, ଇସ୍ପାତ, ଶକ୍ତି ଏବଂ ନବୀକରଣ ଯୋଗ୍ୟ ଶକ୍ତି, ରାସାୟନିକ ଏବଂ ପେଟ୍ରୋ ରାସାୟନିକ ଡାଉନଷ୍ଟ୍ରିମ୍ ସେକ୍ଟରରେ ଓଡିଶାର ଉତ୍ପାଦନ କ୍ଷମତା ପାଇଁ ଅଧିକ ଅବଦାନ ରହିବ । ଏହି ପ୍ରକଳ୍ପଗୁଡ଼ିକ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ମାଲକାନଗିରି, ରାୟାଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ ଜିଲ୍ଲା ସମେତ ରାଜ୍ୟରେ ପ୍ରତିଷ୍ଠା କରାଯିବ ।












Click it and Unblock the Notifications