ଓଡ଼ିଶା ଭଷାର ଉନ୍ନତି ପାଇଁ ଆମେ ମିଶି କାମ କରିବା - ନବୀନ ପଟ୍ଟନାୟକ
ଭୁବନେଶ୍ୱର: ନୂଆ ଇତିହାସ ଲେଖିଲା ଓଡ଼ିଶା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଠାରେ ଆଯୋଜିତ ହୋଇଛି । ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଉତ୍ସବରେ ଦେଶ ବିଦେଶର ଶତାଧିକ ଲେଖକ ଓ ସାହିତ୍ୟିକ ଯୋଗ ଦେଇଛନ୍ତି । ଏହାସହ ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଉପସ୍ଥିତ ଅଛନ୍ତି ।

ଏହି ଅବସରରେ ଆମେ ଓଡିଆ। ଓଡ଼ିଆ ଆମ ଭାଷା, ଆମ ପରିଚୟ । ଭାଷା ଏକ ଜାତିର ମୁଖଶାଳା । ଭାଷା ହେଉଛି ଏକତାର ମହାନ ମନ୍ତ୍ର । ଆଜି ଆମ ଜାତି, ଭାଷା ପାଇଁ ଗୌରବର ଦିନ । ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା । ଏହାର ସର୍ବବିଧ ଉନ୍ନତି ଦିଗରେ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିବେ । ଭଲ ସାହିତ୍ୟ ସୃଷ୍ଟି ଉପରେ ଆଲୋଚନା ହେଉ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ସହ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସେ କହିଛନ୍ତି ସାରା ଓଡ଼ିଶାରେ ଭାଷା ଲାଗି ସମସ୍ତେ ଏକାଠି ହୋଇଛନ୍ତି । ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା । ଭଲ ସାହିତ୍ୟ ସୃଷ୍ଟି ଉପରେ ଆଲୋଚନା ହେଉ । ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ । ଓଡ଼ିଆ ଭାଷାର ଉନ୍ନତି ଲାଗି ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ସଭାରେ ଯାହା ପ୍ରସ୍ତାବ ଆସିବ ସରକାର ତାହାକୁ ଗ୍ରହଣ କରିବେ । ଓଡ଼ିଶା ଭଷାର ଉନ୍ନତି ପାଇଁ ଆମେ ମିଶି କାମ କରିବା ।
ଆସନ୍ତା 5 ତାରିଖ ଯାଏଁ ଚାଲିବ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ତିନିଦିନ ଧରି ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଏବଂ ନିରନ୍ତରତା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ଭିତ୍ତିକ ଆଲୋଚନା ହେବ । ଏଥିରେ ପ୍ରସଙ୍ଗ ରହିଛି 'ଭାଷା ହିଁ ଭବିଷ୍ୟତ' । ଓଡ଼ିଆ ଭାଷାର ଉତ୍ପତ୍ତି, କ୍ରମବିକାଶ ଓ ଲୋକପ୍ରିୟତା ଉପରେ ସାରଗର୍ଭକ ଆଲୋଚନାମାନ ଅନୁଷ୍ଠିତ ହେବ ।












Click it and Unblock the Notifications