Get Updates
Get notified of breaking news, exclusive insights, and must-see stories!

ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ 3 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ଦିଗପହଣ୍ଡିରେ ହୋଇଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 15 ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ସଂପର୍କୀୟଙ୍କୁ 3 ଲକ୍ଷ ଟଙ୍କା ସହାୟତା ଦିଆଯିବ । ଏହା ବାଦ୍ ପ୍ରତି ଆହତଙ୍କ ଚିକିତ୍ସା ପାଇଁ 30 ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି ।

bus accident

ଦୁର୍ଘଟଣା ସମ୍ପର୍କରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଅନୁସାରେ, ଗଞ୍ଜାମ ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । OSRTC ବସ୍ ଏବଂ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ଫଳରେ 12 ଜଣ ମୃତାହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 4 ଜଣ ମହିଳା ଏବଂ 2 ଜଣ ଶିଶୁ ଅଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ବ୍ରହ୍ମପୁରରୁ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ଉରାଡ଼ିରୁ ଭୁବନେଶ୍ୱର ଆସୁଥିବା ଏକ ବସ ସହ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ସମ୍ପର୍କରେ SRCଙ୍କ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+