ସ୍ୱର୍ଣ୍ଣ ଜିତିଲେ 5 ଲକ୍ଷ...ରୌପ୍ୟ ଆଣିଲେ 3 ଲକ୍ଷ, ଖେଳାଳିଙ୍କୁ ଉତ୍ସାହିତ କରିବାକୁ ପୁରସ୍କାର ରାଶି ଘୋଷଣା
ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ାବିତ୍ ତଥା କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରିଥିବା ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ସହ ପୁରସ୍କୃତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହା ପରେ ବର୍ତ୍ତମାନ ଜାତୀୟ କ୍ରୀଡାରେ ଭଲ ପ୍ରଦର୍ଶନ ନେଇ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଗୋଆରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡ଼ା ରେ ଓଡ଼ିଶାରୁ 3000 ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ । 31 ଟି ବର୍ଗରେ ଖେଲାଳିମାନେ ସେମାନଙ୍କ କ୍ରୀଡା ପ୍ରତିଭା ପ୍ରଦର୍ଶନ କରିବେ । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ସ୍ୱର୍ଣ୍ଣ ଜିତିଲେ 5 ଲକ୍ଷ, ରୌପ୍ୟ ପାଇଁ 3 ଲକ୍ଷ ଓ ବ୍ରୋଞ୍ଜ ପାଇଁ 2 ଲକ୍ଷ ଲେଖାଏଁ ପୁରସ୍କାର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବ୍ୟକ୍ତିଗତ ଓ ଦଳଗତ ଇଭେଣ୍ଟରେ ଏହି ପୁରସ୍କାର ରାଶି ଦିଆଯିବ । ତିନିଶହ ଖେଳାଳିଙ୍କ ମଧ୍ୟରେ 180 ଜଣ ମହିଳା କ୍ରୀଡାବିତ ସାମିଲ ଅଛନ୍ତି ।
ଓଡ଼ିଶାକୁ ଶୁଭେଚ୍ଛା ଜଣାଇ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଜାତୀୟ କ୍ରୀଡାରେ ଓଡ଼ିଶା ନିଶ୍ଚିତ ଭଲ ପ୍ରଦର୍ଶନ କରିବ। ଗତ କିଛି ବର୍ଷ ହେଲା ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବଲ ପ୍ରଦର୍ଶନ କରିଆସୁଛି । ଏସିଆନ ଗେମସରେ ଭଲ ପ୍ରଦର୍ଶନ କରିଥିବାରୁ ନ୍ୟାସନାଲ ଗେମସରେ ମଧ୍ୟ ସ୍ବାଭାବିକ ଭାବେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି କ୍ରୀଡା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଭିଜନରେ ଓଡ଼ିଶାରେ କ୍ରୀଡା ଭିତ୍ତିଭୂମି ସୁଦୃଢ ହୋଇଛି । ଭଲ ପ୍ରଦର୍ଶନ କରିଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ ଏସିଆଡ ସ୍ବର୍ଣ୍ଣ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସଙ୍କୁ ଦେଢ କୋଟି ଓ ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ରାଶି ପ୍ରଦାନ କରିଛନ୍ତି । ସେହିପରି ଉଦୀୟମାନ ଜାଭେଲିନ ତାରକା କିଶୋର ଜେନାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଢ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।












Click it and Unblock the Notifications