Get Updates
Get notified of breaking news, exclusive insights, and must-see stories!

ଯାଜପୁରରେ ଟ୍ରେନରେ କଟି ପ୍ରାଣ ହରାଇଥିବା 6 ଶ୍ରମିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Naveen patnaik

ଭୁବନେଶ୍ୱର: ଯାଜପୁର ରୋଡ ଷ୍ଟେସନରେ ଟ୍ରେନରେ କଟି ପ୍ରାଣ ହରାଇଥିବା 6 ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାର ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ ।

ସୂଚନାଥାଉକି, ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନ ନିକଟରେ ଟ୍ରେନ୍ ତଳେ ଚାପି ହୋଇ 6 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହା ସହିତ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଶ୍ରମିକମାନେ ରେଲୱେ ଟ୍ରାକରେ କାର୍ଯ୍ୟ କରୁଥିଲେ । ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ସେମାନେ ଦୀର୍ଘ ଦିନରୁ ଛିଡ଼ାଥିବା ଇଞ୍ଜିନ ବିହୀନ ବଗି ତଳେ ଆଶ୍ରୟ ନେଇଥିଲେ । ପବନରେ ବଗି ଆଗକୁ ଗଡ଼ିଯାଇଥିଲା । ଏହି ସମୟରେ ଟ୍ରେନ୍ ତଳେ ରହିଥିବା ଶ୍ରମିକ ଟ୍ରେନ୍ ଚକରେ କଟି ପ୍ରାଣ ହରାଇଥିଲେ ।

ଗୁରୁତର ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ଘଟଣାସ୍ଥଳରେ ଜିଆରପି ଓ ଆରପିଏଫ୍‌ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+