Get Updates
Get notified of breaking news, exclusive insights, and must-see stories!

World Athletics Championships: କିଶୋରଙ୍କୁ 25 ଲକ୍ଷ ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର

World Athletics Championships: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଓଡ଼ିଆ ଆଥଲେଟ୍‌ କିଶୋର ଜେନାଙ୍କୁ ମିଳିବ 25 ଲକ୍ଷ ଟଙ୍କା ପୁରସ୍କାର । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଜାଭେଲିନ ଥ୍ରୋ ପ୍ରତିଯୋଗିତାରେ ଓଡ଼ିଆ ପୁଅ ପଞ୍ଚମ ସ୍ଥାନରେ ରହିଛନ୍ତି ।

kishor jena - naveen patnaik

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପ୍ରଥମ କରି ଫାଇନାଲ ମ୍ୟାଚରେ ତିନି ତିନି ଜଣ ଭାରତୀୟ ପ୍ରତିଦ୍ୱନ୍ଦିତା କରିବାର ସୁଯୋଗ ପାଇଛନ୍ତି । ଏହା ସହ ଦେଶକୁ ଆଉ ଏକ ସ୍ୱର୍ଣ୍ଣ ପଦକ ବେଟି ଦେଇଛନ୍ତି ସୁନା ପୁଅ ନୀରଜ । ଏହି ସଫଳତାରେ କେବଳ ଭାରତ ନୁହେଁ ଓଡିଶାରେ ବି ରହିଛି ଖୁସିର ମାହୋଲ । ପୁରୀ ବ୍ରହ୍ମଗିରିର କିଶୋର ଜେନା ଏହି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ଜାଭଲିନ ଥ୍ରୋରେ ପ୍ରତିଦ୍ୱନ୍ଦିତା କରିଥିଲେ । ଫାଇନାଲରେ ପଦକ ହାସଲ କରିପାରିନଥିଲେ ବି ନିରାଶ କରିନାହାନ୍ତି କିଶୋର । ତାଙ୍କ ପ୍ରଦର୍ଶନ ଦେଶ ତଥା ଓଡିଆ ପ୍ରଶଂସକଙ୍କ ହୃଦୟ ଜିତିପାରିଛି । ନିଜର 5 ମ ପ୍ରୟାସରେ 84.77 ମିଟର୍ ଜାଭଲିନ୍ ଫିଙ୍ଗି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏଥିସହ ସେ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।

ସେ ପ୍ରଥମ ପ୍ରୟାସରେ 75.70 ମିଟର ଏବଂ ଦ୍ୱିତୀୟରେ 82.82 ମିଟର ଥ୍ରୋ କରିଥିବା ବେଳେ ତୃତୀୟ ଥ୍ରୋ ଫାଉଲ୍ ହୋଇଥିଲା । ଚୂଡାନ୍ତ ପର୍ଯ୍ୟାୟର ଦ୍ୱିତୀୟ ପ୍ରୟାସରେ କିଶୋର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ 84.77 ମିଟର ଥ୍ରୋ କରିଥିଲେ । ୱାର୍ଲ୍ଡ ଆଥଲେଟକିକ୍ସ ଚାମ୍ପିଅନସିପରେ ସେ ପ୍ରଥମ କରି ଫାଇନାଲରେ ଭାଗ ନେଇଥିଲେ । ଓଡ଼ିଶାର କିଶୋର କୁମାର ଜେନା ଫାଇନାଲରେ ପ୍ରବେଶ କରି ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ।

କିଶୋର ଜେନାଙ୍କ ପ୍ରଦର୍ଶନକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, 'କିଶୋର ଜେନାଙ୍କ ଉଲ୍ଲେଖନୀୟ ଯାତ୍ରା ଏବଂ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କେବଳ ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିନାହିଁ ବରଂ ଅନେକ ଆଥଲେଟିକ୍ସଙ୍କୁ ଆଗାମୀ ଯାତ୍ରା ପାଇଁ ପ୍ରେରଣା ଯୋଗାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+