Get Updates
Get notified of breaking news, exclusive insights, and must-see stories!

ଚମକିଲେ ଓଡ଼ିଆ ପୁଅ, ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସୀୟ ଗେମ୍ସ 2023 ହକି ଖେଳରେ କମାଲ କରିଛନ୍ତି ଓଡ଼ିଆ ପୁଅ । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଓଡ଼ିଶାର ସୁନାପୁଅ ଅମିତ୍ ରୋହିଦାସଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । । ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏସୀୟ କ୍ରୀଡାରେ ହକିରେ ସ୍ୱର୍ଣ୍ଣ ବିଜୟ ପରେ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ 5-1 ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି ।

amit rohidas

ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ 1-0 ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ । ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଭାରତ ପକ୍ଷରୁ ଦେଇଥିଲେ ଦ୍ୱିତୀୟ ଗୋଲ୍ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ 3 ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ଦେଇଥିଲା ।

ତେବେ ଭାରତୀୟ ପୁରୁଷ ହକି ଦଳ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଦେଶର ଗୌରବକୁ ବଢ଼ାଇଥିବା ବେଳେ ଟିମକୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଓଡ଼ିଆ ଷ୍ଟାର ଅମିତ ରୋହିଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଅମିତଙ୍କ ପ୍ରଦର୍ଶନ ଯୁବପିଢି ଲାଗି ଏକ ପ୍ରେରଣା ।

ସୂଚନା ଥାଉକି, ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରସ୍କାର ଘୋଷଣା କରିଛନ୍ତି । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି 5 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ 5 ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+