ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଉଦଘାଟିତ ହେଲା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ 5 ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି । ପ୍ରାରମ୍ଭରେ ସଂସ୍କୃତି ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ 17ଟି ଅଧିବେଶନ ରହିଛି । ଉଦଘାଟନୀ ଦିବସରେ ଜଗନ୍ନାଥ ସଂସ୍କୃତି ଉପରେ ସ୍ୱତନ୍ତ୍ର ଅଧିବେଶନ କରାଯାଉଛି । ଏଥିରେ ଦେଶ ବିଦେଶରୁ 100 ରୁ ଅଧିକ ଭାଷାବିତ ଯୋଗଦେଇ ସେମାନଙ୍କର ମତ ରଖିବେ । ସମସ୍ତଙ୍କ ମତକୁ ଆଧାର କରି ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରିବେ ରାଜ୍ୟ ସରକାର ।
ଓଡ଼ିଆ ଭାଷା ଉପରେ ଏକ ମ୍ୟୁଜିୟମ ପ୍ରସ୍ତୁତ କରାଯାଇଛି । ସାରା ରାଜ୍ୟରେ ଲୋକ ଏହାର ସିଧା ପ୍ରସାରଣ ଦେଖିପାରିବେ । ପଞ୍ଚାୟତ ଓ ପୌରାଞ୍ଚଳରେ ଏନେଇ ବ୍ୟବସ୍ଥା ମଧ୍ୟ ହୋଇଛି । ସ୍ଵଂୟ ସହାୟକ ମହିଳା ଏଥିରେ ସାମିଲ ହୋଇଛନ୍ତି ।
ଏହି ସମ୍ମିଳନୀରେ ପ୍ରଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲ୍କେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥ୍ସ୍, ପ୍ରଫେସର ଆଣ୍ଟେ ସ୍କିମଡିଚେନ ଏବଂ ଜାତୀୟସ୍ତରର ଅନେକ ବିଦ୍ୱାନ ଯୋଗ ଦେବେ ।
ଓଡ଼ିଆ ଭାଷା ଗବେଷଣା ଉପରେ ଜୀବନବ୍ୟାପୀ ସାଧନା ନିମନ୍ତେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନ । ସେହିପରି ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମ ପୁରସ୍କାର ବିଜେତା, ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାର ପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯିବ ।
ଏହି ବିଶ୍ଵସ୍ତରୀୟ ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ କରାଯିବ। ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟ ସୀମା ଉପରେ ଆୟୋଜିତ ହେବ। ଏଗୁଡ଼ିକ ହେଲା ପ୍ରାଚୀନ, ମଧ୍ୟ ଏବଂ ଆଧୁନିକ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications