Get Updates
Get notified of breaking news, exclusive insights, and must-see stories!

ସମୟ ଆଗରୁ ଗେଟ୍ ବନ୍ଦ କରିଦେଲା ଛତିଶଗଡ଼, ହୀରାକୁଦରେ ନାହିଁ ପାଣି

ଭୁବନେଶ୍ୱର: ସମୟ ଆଗରୁ ବନ୍ଦ କରିଦେଲା କଲମା ବ୍ୟାରେଜ୍ ଗେଟ୍ । ଓଡ଼ିଶାକୁ ମିଳିବନି ପାଣି । ମୋଟ 66 ଟି ଗେଟ୍ ରୁ 63 ଟି ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବା ବେଳେ ଆଉ 3 ଟି ଆଂଶିକ ଭାବେ ଖୋଲା ରହିଛି । ଏପଟେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବହୁ ମାତ୍ରାରେ କମିଗଲାଣି । ଜଳଭଣ୍ଡାରକୁ ଗତକାଲି ଅପରାହ୍ନ 3 ଟାରେ ମାତ୍ର 5997 କ୍ୟୁସେକ୍ ପ୍ରବେଶ କରୁଥିବା ଜଣାପଡ଼ିଛି । ନିର୍ଦ୍ଧାରିତ ନିୟମ ଅନୁସାରେ ନଭେମ୍ବର ପର୍ଯ୍ୟନ୍ତ ଗେଟ୍ ଖୋଲା ରଖିବା କଥା । ହେଲେ ଶିଳ୍ପକୁ ପାଣି ଦେବା ପାଇଁ ଛତିଶଗଡ଼ ପୁଣି ଏଭଳି ଚାଲାକି ଦେଖାଇଛି ।

ପାଶି ଅଟକାଇବା ଦ୍ୱାରା ଓଡ଼ିଶାର ଲାଇଫ୍ ଲାଇନ୍ କୁହାଯାଉଥିବା ମହାନଦୀ ପ୍ରଭାବିତ ହେଉଛି । ଏହା ପୂର୍ବରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସରାଡିହି ବ୍ୟାରେଜ, ଶିଓରି ନାରାୟଣ ବ୍ୟାରେଜର ସମସ୍ତ ଗେଟକୁ ବନ୍ଦ କରିଥିଲା ଛତିଶଗଡ଼ । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ । ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଅଂଚଳର ପାଖାପାଖି 90 ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଞ୍ଚଳରେ ଓଡ଼ିଶାରେ ରହିଛି । ମୌସୁମୀ ଋତୁରେ(ଜୁନ୍‌ରୁ ଅକ୍ଟୋବର ମାସ)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ)ରେ ତାଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ । ହୀରାକୁଦ ଜଳଭଣ୍ଡାରଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସରକାର ନିଜ ସୀମାରେ ମହାନଦୀରେ କଲ୍‌ମା ବ୍ୟାରେଜ ନିର୍ମାଣ କରିଥିବା ବେଳେ ଏହା ଉପରେ ପୁଣି ସାରାଡ଼ିହ, ବସନ୍ତପୁର, ମିରୋନି, ସିଉରି ନାରାୟଣ, ସମୋଦା ଆଦି ବ୍ୟାରେଜ ରହିଛି ।

chhattisgarh

ପୂର୍ବ ଯୋଜନା ଅନୁଯାୟୀ ଛତିଶଗଡ଼ ସରକାର ଉପର ମୁଣ୍ଡରେ ଥିବା ବ୍ୟାରେଜଗୁଡ଼ିକ ଗୋଟିଏ ଗୋଟିଏ ଗେଟ୍‌ ବନ୍ଦ କରିଥାଏ । ସବାଶେଷରେ କଲମା ବ୍ୟାରେଜର ଗେଟ୍ ବନ୍ଦ କରିଥାଏ । 12 ତାରିଖ ‌ବେଳକୁ ସାରାଡ଼ିହ ବ୍ୟାରେଜର 81 ଟି ଗେଟ୍‌ ମଧ୍ୟରୁ 75 ଟି ଗେଟ୍‌ ବନ୍ଦ କରିସାରିଥିଲା । ପ୍ରାୟ 1 କିଲୋମିଟର 98 ମିଟର ଦୈର୍ଘ୍ୟ ବିଶିଷ୍ଟ କଲ୍‌ମା ବ୍ୟାରେଜରେ ଛତିଶଗଡ଼ ପଟେ ପ୍ରବଳ ପାଣି ଥିବା ବେଳେ ଓଡ଼ିଶା ପଟେ ମହାନଦୀ ଶୁଖିଲା ପଡ଼ିଛି ।

କଲ୍‌ମା ବ୍ୟାରେଜରୁ 8 ଟି ଶିଳ୍ପାନୁଷ୍ଠାନକୁ ଜଳଯୋଗାଣ ନିମନ୍ତେ ଛତିଶଗଡ଼ ସରକାର ଚୁକ୍ତି କରିଛନ୍ତି । ଏଥର ଆଗୁଆ ବ୍ୟାରେଜଗୁଡ଼ିକର ଗେଟ୍‌ ପକାଇବା ଆରମ୍ଭ କରିଥିବାରୁ ଏହାର ପ୍ରଭାବ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଉପରେ ବି ପଡ଼ିଛି । ଆଜି ଜଳଭଣ୍ଡାରର ଜଳସ୍ତର 628.43 ଫୁଟ୍‌କୁ ଖସି ଆସିଲାଣି । ଜଳଭଣ୍ଡାରକୁ ଯେତିକି ପାଣି ଆସୁଛି, ସେତିକି ନିଷ୍କାସିତ ହେଉଛି । ଜଳବିଦ୍ୟୁତ ଉତ୍ପାଦନ ନିମନ୍ତେ ପାୱାର ଚାନେଲରେ ଅଧିକ ପାଣି ଛଡ଼ାଗଲେ ଜଳସ୍ତର ଆହୁରି ଶୀଘ୍ର ଖସିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+