ଛତିଶଗଡ଼ ବିଧାନସଭା ନିର୍ବାଚନ: ଓଡ଼ିସା ପିସିସି ସଭାପତି ଷ୍ଟାର୍ ପ୍ରଚାରକ
ଭୁବନେଶ୍ୱର: ଛତିଶଗଡ଼ ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି । ନିର୍ବାଚନୀ ଯୁଦ୍ଧରେ ବାଜି ମାରିବାକୁ ଜୋରଦାର ପ୍ରସ୍ତୁତିରେ ସମସ୍ତ ରାଜନୈତି ଦଳ । ଏହା ସହ ରାଜ୍ୟରେ ସତ୍ତାଧାରୀ କଂଗ୍ରେସ୍ ମଧ୍ୟ ଶାସନ ଗାଜି ବଜାୟ ରଖିବାକୁ କସରତ ଜାରି ରଖିଛି ।
ଏଥି ମଧ୍ୟରେ ପ୍ରକାଶ ପାଇଛି ଏଆଇସିସିର ଷ୍ଟାର୍ ପ୍ରଚାରକ ତାଲିକା । ଏଥିରେ ସ୍ଥାନ ପାଇଛନ୍ତି ତିନିଜଣ ଓଡ଼ିଆ । ଏମାନେ ହେଲେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକା ।

ଏଆଇସିସିପକ୍ଷରୁ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ଚୂଡ଼ାନ୍ତ 40 ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ଏମାନଙ୍କୁ ସ୍ଥାନ ମିଳିଥିବା ଜଣାଯାଇଛି । ଛତିଶଗଡ଼ ବିଧାନସଭା ନିର୍ବାଚନରେ ତାରକା ପ୍ରଚାରକ ତାଲିକାରେ ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନା ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କୁମାରୀ ଶୈଲଜା, ଅଜୟ ମାକେନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଉପମୁଖ୍ୟମନ୍ତ୍ରୀ ଟି ସିଂଦେଓ, ବାଚସ୍ପତି ଡକ୍ଟର ଚରଣ ଦାସ ମହନ୍ତ ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବାଇଜ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ ବି ଅଛନ୍ତି ।
ସୂଚନାଥାଉକି, ନଭେମ୍ବର 7 ଏବଂ 17 ତାରିଖରେ ଛତିଶଗଡ଼ରେ ଭୋଟ୍ ଗ୍ରହଣ କରାଯିବ । ଡିସେମ୍ବର 3 ରେ ଭୋଟ୍ ଗଣନା ହେବ ।












Click it and Unblock the Notifications